୪ ଦିନ ପରେ ବି ଦୁର୍ବୃତ୍ତଙ୍କ ଟେର୍‌ ମିଳୁନି

ରଘୁନାଥପୁର,୨୬।୬(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ସମ୍ମୁଖରେ ଥିବା ୨ ନଂ. ଦାନବାକ୍ସରୁ ଗତ ମଙ୍ଗଳବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଚୋରିକରି ଫେରାର ହୋଇଯାଇଥିଲେ। ଏହା ମଧ୍ୟରେ ୪ ଦିନ ବିତିଯାଇଥିଲେ ସୁଦ୍ଧା ତିର୍ତ୍ତୋଲ ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ, ଯାହାକି ସ୍ଥାନୀୟ ଅଞ୍ଚଳବାସୀ ତଥା ଶ୍ରଦ୍ଧାଳୁଙ୍କ ଭାବାବେଗ ପ୍ରତି କୁଠାରାଘାତ କରିଛି। ପୋଲିସ ଜାଣିଶୁଣି ତଦନ୍ତରେ ବିଳମ୍ବ କରୁଛି ନା ଏହା ପଛରେ କୌଣସି ରହସ୍ୟ ଲୁଚି ରହିଛି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାତି ୧୦ଟା ପ୍ରଭୁଙ୍କ ପହୁଡ଼ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ଉକ୍ତ ଦିନ ରାତି ୯ଟାରେ ପହୁଡ଼ ପଡିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଚୋରି ସମୟରେ ସିସିଟିଭି ଫୁଟେଜ୍‌ରେ ୩ଜଣ ଦୁର୍ବୃତ୍ତ ସାମିଲ ଥିବା ଦେଖାଯାଉଥିଲା। ଏହା ପଛରେ ଏକ ର଼୍ୟାକେଟ ଥିବାର ଆଲୋଚନା ହେଉଛି। ସର୍ବପରେ ସନ୍ଧାନୀ କୁକୁର ଯେଉଁ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଛଣଗଦା ଓ କୁଟାଗଦା ଚତୁଃପାର୍ଶ୍ୱରେ ବୁଲୁଥିଲା, ଉକ୍ତ ଦିନ ଠିକ୍‌ ଭାବେ ତାକୁ ଯାଞ୍ଚ କରା ନ ଯିବା ଏବଂ ଏହାର ମାଲିକଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରିଥିଲେ କିଛି ବି ସୁରାକ ପୋଲିସ ପାଇଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ରାତ୍ର ଜଗୁଆଳ ଚୋରି ସମ୍ପର୍କରେ ଖବରପାଇ ସେଠାକୁ ଯାଇଥିଲେ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ଖବର ନ ଦେବା ସନ୍ଦେହଘେରକୁ ଆସିଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୀଠ ଦାୟିତ୍ୱରେ ଥିବା ଦୁଇ ହୋମଗାର୍ଡ ଓ ଜଣେ କନଷ୍ଟେବଳଙ୍କୁ ସ୍ଥାନାନ୍ତର କରି ପୋଲିସ ଚୁପ୍‌ ବସିଛି ବୋଲି ଅଭିଯୋଗ ହେଉଛି। ପୀଠରେ ବାର୍ଷିକ ହୁଣ୍ଡି, ନିଲାମି ଭୋଗ, ଦୀପ ଦୋକାନ ଏବଂ ବିବାହ, ବ୍ରତ ଇତ୍ୟାଦିର ରସିଦ ବାବଦରେ କୋଟି କୋଟି ଟଙ୍କା କାରବାର ହେଉଥିବାବେଳେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳା ରହିଛି। ଏହାଛଡ଼ା ଉନ୍ନତମାନର ସିସି କ୍ୟାମେରା ପୀଠରେ ବ୍ୟବହୃତ ହେଉ ନ ଥିବାରୁ ଏହାର ସ୍ପଷ୍ଟ ଚିତ୍ର ଦେଖିବାରେ ଅସୁବିଧା ହେଉଛି। ପୀଠରେ ତୁରନ୍ତ ଉନ୍ନତମାନର ସୁରକ୍ଷା ବ୍ୟବସ୍ଥା ସହ ହାଇ ଟେକ୍ନୋଲୋଜିର ସିସି କ୍ୟାମେରା ଲଗାଯିବା ପାଇଁ ଦାବି ହେଉଛି। ଏହାଛଡା ପୀଠ ପରିସରରେ ବିପଦକାଳୀନ ଆଲାର୍ମ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଉପରୋକ୍ତ ସମସ୍ତ ବିଷୟକୁ ତର୍ଜମା କରି ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ଏସ୍‌ପି ଓ ଜିଲାପାଳଙ୍କ ନିକଟରେ ଦାବି ହେଉଛି। ଏ ସମ୍ପର୍କରେ ତଦନ୍ତକାରୀ ଏସ୍‌ଆଇ ଦୀନେଶ ପଟ୍ଟାଙ୍କୁ ପଚାରିବାରେ ଚିରାଚରିତ ଢଙ୍ଗରେ ହାଲୁକା ଭାବେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?