ବଳପାଉନି ନା ଧରୁନି

ରାଜ୍ୟର ମଠ, ମନ୍ଦିର, ଐତିହ୍ୟସମ୍ପନ୍ନ ଏବଂ କୀର୍ତ୍ତିରାଜିଭରା ଅଞ୍ଚଳରୁ ନିୟମିତ ବ୍ୟବଧାନରେ ମୂର୍ତ୍ତି ଚୋରି ହୋଇଆସୁଛି। ଦେଶ ବିଦେଶର ମାଫିଆମାନେ ର଼୍ୟାକେଟ୍‌ ଚଳାଇ ମୂଲ୍ୟବାନ୍‌ ମୂର୍ତ୍ତି ଚୋରି କରିନେଉଛନ୍ତି। କିନ୍ତୁ ରାଜ୍ୟର ପୋଲିସ ପ୍ରାୟତଃ ମୂର୍ତ୍ତିଚୋରମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ପ୍ରାଚୀନ କଳାକୃତି ନେଇ ବିପୁଳ ଲାଭ ପାଉଥିବା ଚୋରଙ୍କୁ ପୋଲିସ ଧରିବାକୁ ବଳପାଉନି ନା ଜାଣିଶୁଣି ଧରୁନି, ସେନେଇ ସନ୍ଦେହ ସୃଷ୍ଟି ହେଉଛି। ଯାଜପୁର ଜିଲାରେ ୨୨ ବର୍ଷରେ ୧୦ରୁ ଊର୍ଦ୍ଧ୍ୱ ମନ୍ଦିର ଚୋରି ଘଟଣାରେ ଅଭିଯୁକ୍ତ ଧରା ନ ପଡ଼ିବା ଏଭଳି ସନ୍ଦେହକୁ ଦୃଢ଼ୀଭୂତ କରୁଛି।

ଯାଜପୁର ଅଫିସ,୧୩।୧୧:  ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଯାଜପୁରର ସ୍ଥାନ ଅନନ୍ୟ। ଏହି କ୍ଷେତ୍ର ଦେବୀ ବିରଜା, ଶ୍ରୀବରାହ, ପୁଣ୍ୟତୋୟା ବୈତରଣୀ, ଦଶାଶ୍ୱମେଧ ଘାଟ, ଓଳାଶୁଣୀ, ବିଶ୍ୱପ୍ରସିଦ୍ଧ ବୌଦ୍ଧବିଭବ ରତ୍ନଗିରି ଓ ଉଦୟଗିରି ଭଳି କୀର୍ତ୍ତିରାଜି ପାଇଁ ସୁବିଖ୍ୟାତ। ଏହାର ରକ୍ଷଣାବେକ୍ଷଣ ସହ ସୁରକ୍ଷା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ଏହି ଐତିହ୍ୟପୀଠ ଉପରେ ରାଜ୍ୟ ଓ ଦେଶ ବାହାର ମୂର୍ତ୍ତିଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି।
ଯାଜପୁର ଜିଲାର ବିଭିନ୍ନ ମନ୍ଦିରରୁ ଏହି ସପ୍ତାହ ମଧ୍ୟରେ ୨ଟି ଚୋରି ଅଭିଯୋଗ ହୋଇଛି। ଏଥିରୁ ଜିଲାରେ କିଛି ବର୍ଷ ବ୍ୟବଧାନରେ ପୁଣି ମୂର୍ତ୍ତି ଚୋରମାନେ ସକ୍ରିୟ ହୋଇଥିବା ସ୍ପଷ୍ଟ ହେଉଛି। ପୋଲିସ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇପାରିନାହିଁ। ଗତ ୨୨ ବର୍ଷ ମଧ୍ୟରେ ଜିଲାରେ ୧୦ରୁ ଊର୍ଦ୍ଧ୍ୱ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଛି। ହେଲେ ସେହି ଚୋରି ମୂର୍ତ୍ତିଗୁଡ଼ିକୁ ଉଦ୍ଧାର କରାଯାଇପାରିନାହିଁ। ୨୦୧୫ ମେ’ ୧୮ ରାତିରେ ବରାହନାଥ ମନ୍ଦିରର ପ୍ରାଚୀନ ୬ ପାର୍ଶ୍ୱଦେବତା ମୂର୍ତ୍ତି ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଖରାଖିଆ ମନ୍ଦିରର ଲକ୍ଷ୍ମୀ ବରାହ ଓ ଶ୍ୱେତ ବରାହ, ବଳି ବାମନ ମନ୍ଦିରର ବଳିବାମନ, ଗଦାଧର ମନ୍ଦିରର ଗଦା, ଶଙ୍ଖ ଓ ଚକ୍ର ମୂର୍ତ୍ତିଗୁଡ଼ିକୁ ମାଟିରୁ ତାଡ଼ିନେଇ ଚମ୍ପଟ ମାରିଥିଲେ। ଏହି ଘଟଣାକୁ ୭ ବର୍ଷ ବିତିଯାଇଥିଲେ ହେଁ ସେହି ବିରଳ ଓ ମୂଲ୍ୟବାନ ମୂର୍ତ୍ତିଗୁଡ଼ିକର ସନ୍ଧାନ ମିଳିପାରିନାହିଁ। ୨୦୨୦ ଜୁଲାଇରେ ଅନୁରୂପ ଭାବେ ଚଣ୍ଡିଖୋଲ ଅଞ୍ଚଳର ୬ ମନ୍ଦିରରୁ ପୂଜା ସାମଗ୍ରୀ, ଦାନବାକ୍ସ, ସୁନା ଚିତା, ରୁପା ମୁକୁଟ ଆଦି ଚୋରି ହୋଇଥିଲା। ୨୦୨୦ ଡିସେମ୍ବର ୨୭ରେ ଦର୍ପଣଗଡ଼ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରାୟ ୨୦୦ ବର୍ଷ ତଳର କୋଟ୍ରାକ୍ଷୀ ଦେବୀଙ୍କ ମନ୍ଦିରରୁ ତାଲା ଭାଙ୍ଗି ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା ଜିଲାବାସୀଙ୍କୁ ବ୍ୟଥିତ କରିଥିଲା।
୨୦୦୫ ସେପ୍ଟେମ୍ବର ୧୪ରେ ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତିକୁ ବଦଳ ଉଦ୍ୟମ ହୋଇଥିବା ଖବର ଲୋକଲୋଚନକୁ ଆସିଥିଲା। ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୨୦୦୫ ନଭେମ୍ବର ୨୮ରେ ମା’ଙ୍କ ମୂର୍ତ୍ତିକୁ ପୁନଃ ସ୍ଥାପନ କରାଯାଇଥିଲା। ଏହି ଘଟଣାକୁ ନେଇ ଆର୍‌ଡିସି ସ୍ତରୀୟ ତଦନ୍ତ ମଧ୍ୟ ହୋଇଥିଲା। ହେଲେ ଦୁର୍ଭାଗ୍ୟ ଯେ, ୧୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ତଦନ୍ତ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରିନାହିଁ। କେବଳ ମା’ ବିରଜାଙ୍କ ମୂର୍ତ୍ତି ଚୋରି ଉଦ୍ୟମ ହୋଇଛି ତାହା ନୁହେଁ, ବିଭିନ୍ନ ସମୟରେ ଏହି ପୀଠରେ ଅନ୍ୟାନ୍ୟ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଚୋରି କରିବାରେ ମଧ୍ୟ ସଫଳ ହୋଇଛନ୍ତି। ୨୦୧୧ରେ ଦଶରଥପୁର ବ୍ଲକ ଚମ୍ପେଇପାଳ ପଞ୍ଚାୟତର ତରାଙ୍ଗ ସାଗରପୁର ଗ୍ରାମର ଦକ୍ଷିଣଚଣ୍ଡୀ ଠାକୁରାଣୀ ମନ୍ଦିରରୁ ପ୍ରାୟ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହରପାର୍ବତୀ ମୂର୍ତ୍ତି ଚୋରି ହୋଇଥିଲା। ଏହାର ଏକ ମାସ ପରେ ଅଷ୍ଟମ ଶତାବ୍ଦୀର ଭୈରବ ମୂର୍ତ୍ତି ଓ ଗାଁ ପୀଠରେ ଥିବା ଜାଗୁଳାଇ ମନ୍ଦିରରୁ ପ୍ରଥମ ଜୈନତୀର୍ଥଙ୍କର ଋଷଭନାଥ ମୂର୍ତ୍ତିକୁ ଚୋରମାନେ ନେଇଯାଇଥିଲେ। ୨୦୧୨ରେ ପଞ୍ଚୁପୁର ଗ୍ରାମର ଜୈନତୀର୍ଥଙ୍କର ପଦ୍ମପ୍ରଭ ମୂର୍ତ୍ତି ଏବଂ ୨୦୧୩ରେ ଯାଜପୁର ଟାଉନ ସପନପୁରର ପଦ୍ମେଶ୍ୱର ମନ୍ଦିରରୁ ମହିଷମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି ଚୋରି କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୦୩ରେ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ଉଦୟଗିରିରୁ ଏକ ବଡ଼ ବୁଦ୍ଧ ମୂର୍ତ୍ତି ମୁଣ୍ଡକୁ କାଟି ଦିଆଯାଇଥିଲା। ସେହିପରି ଏକ ପ୍ରାଚୀନ ବୁଦ୍ଧ ମୂର୍ତ୍ତି ଚୋରି ହୋଇଥିଲା, ଯାହାର ପତ୍ତା ମିଳି ପାରିନାହିଁ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ୨୦୨୧ ମାର୍ଚ୍ଚ ୨୩ରେ ବନ୍ଦାଳୋ ଗ୍ରାମର ମା’ ତାରିଣୀ ମନ୍ଦିରରୁ ଲୁହା ଗ୍ରିଲ ଭାଙ୍ଗି ଘଣ୍ଟା, ଠାକୁରାଣୀଙ୍କ ଘଣ୍ଟ, ଥାଳି, ଗରା, ଦୀପ, ତସଲା, ମା ତାରିଣୀଙ୍କ ଭୋଗ ସରଞ୍ଜାମ ଆଦି ଚୋରି ହୋଇଛି। ନୂଆ ସୁଙ୍ଗୁଡା ଶିବ ମନ୍ଦିର ଏବଂ ହନୁମାନ ମନ୍ଦିରର ପୂଜା ସାମଗ୍ରୀ, ଚଣ୍ଡିଖୋଲ ଛକ ତାରିଣୀ ମନ୍ଦିର, ସୁଙ୍ଗୁଡା ଗ୍ରାମର ତାରିଣୀ ମନ୍ଦିରରୁ ବିଭିନ୍ନ ପୂଜା ସାମଗ୍ରୀ ଓ ଅଳଙ୍କାର ଚୋରି ହୋଇଥିଲା।
ଗତ ୭ ତାରିଖରେ ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ବିରଜାନଗରରେ ନବନିର୍ମିିତ ବିରଜା ମନ୍ଦିରର କବାଟ ଭାଙ୍ଗି ମା’ଙ୍କ ସୁନାମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର ଚୋରି ଅଭିଯୋଗ ହୋଇଛି। ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏନେଇ ଯାଜପୁର ରୋଡ୍‌ ଆଦର୍ଶ ଥାନାରେ ମନ୍ଦିର ପରିଚାଳନା କମିଟିର ସଭାପତି ନିତ୍ୟାନନ୍ଦ ମହାଲିକ ଅଭିଯୋଗ କରିଥିଲେ। ହେଲେ ଅଭିଯୁକ୍ତମାନଙ୍କ ଟେର୍‌ ପାଇନି ପୋଲିସ। ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି, ଚୋରଙ୍କୁ ଧରିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନେ ଧରାପଡିବେ ବୋଲି ସେ କହିଛନ୍ତି।
ବାରମ୍ବାର ମୂର୍ତ୍ତି, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହେଉଥିବାରୁ ଧର୍ମ-ସଂସ୍କୃତି ପୀଠ, କୀର୍ତ୍ତିରାଜି ଓ ସନ୍ଥ ମହାତ୍ମାଙ୍କ ସାଧନା କ୍ଷେତ୍ର ଯାଜପୁର ଆକର୍ଷଣ ହରାଉଛି ବୋଲି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଯାଜପୁର ଏସ୍‌ପି ରାହୁଲ ପି.ଆର.ଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏତେ ସଂଖ୍ୟାରେ ମୂର୍ତ୍ତି ଚୋରି ହୋଇନାହିଁ। ମୂର୍ତ୍ତି ଚୋରଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ସେମାନେ ନିଶ୍ଚିତ ଭାବେ ଧରାପଡ଼ିବେ।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri