ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ

ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ଗଭୀର ନିରାଶ ହୋଇଥିବାବେଳେ ପାକିସ୍ତାନୀ ନେତୃତ୍ୱ ଦ୍ୱାରା ଅସୁବିଧାରେ ପଡ଼ିଥିବା ଲୋକମାନେ ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଜଣେ ବାଲୁଚ୍‌ ନେତା ଶେୟାର କରିଛନ୍ତି। ଏଥିରେ କିଛି ଲୋକଙ୍କୁ ଖୁସିରେ ନାଚୁଥିବା ଦେଖାଯାଉଛି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଅଷ୍ଟ୍ରେଲିଆର ବିଜୟରେ ଏତେ ଖୁସି!’

ଭିଡିଓଟିକୁ ସୋସିଆଲ ମିଡିଆରେ ବାଲୁଚ ନ୍ୟାଶନାଲ ମୁଭମେଣ୍ଟ (ୟୁକେ ଜୋନ)ର ସଭାପତି ହାକିମ ବାଲୋଚଙ୍କ ଦ୍ୱାରା ପ୍ରଥମେ ଶେୟାର କରାଯାଇଥିଲା। ପରେ ପାକିସ୍ତାନର ମୂଳ କାନାଡିୟ ସାମ୍ବାଦିକ ତାରିକ ଫତେହ ମଧ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ରିଟୁଇଟ୍‌ କରି କ୍ୟାପସନରେ ଲେଖିଛନ୍ତି, ଟି -୨୦ ବିଶ୍ୱକପ ୨୦୨୧ ସେମିଫାଇନାଲରେ ପାକିସ୍ତାନ ଉପରେ ଅଷ୍ଟ୍ରେଲିଆର ବିଜୟ ଉତ୍ସବକୁ ବାଲୁଚ ପାଳନ କରୁଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share