ବାଲାଟ ପେପରରେ ତ୍ରୁଟି: କେନ୍ଦ୍ରାପଡା, ଯାଜପୁରରେ ନିର୍ବାଚନ ବାତିଲ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ।ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲାଟ ପେପରରେ ତ୍ରୁଟି ଯୋଗୁ କେନ୍ଦ୍ରାପଡ଼ା ଓ ଯାଜପୁରରେ ନିର୍ବାଚନ ବାତିଲ ହୋଇଛି । ସେଠାରେ ପରବର୍ତ୍ତୀ ସମୟରେ ରି-ପୁଲିଂ କରାଯିବ।
ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥ୍‌ରେ ବୁଧବାର ରି-ପୁଲିଂ ହେବ । ଏହି ପୁଲିଂ ସେଣ୍ଟର ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭୋଟ ସରିବା ପରେ ବାଲାଟ ବକ୍ସ ଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ବତନ୍ତ୍ର ସ୍ଥାନରେ ରଖାଯିବ । ତୃତୀୟ ପର୍ଯ୍ୟାୟରେ ୩୦ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେଠାରେ ଆସନ୍ତା ୨୫ତାରିଖରେ ରି-ପୁଲିଂ ହେବ।