ସିଲ୍‌ ହେଲା ବଲେ ବଲେ ଢାବା

ଧର୍ମଶାଳା,୨ା୭:ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ ହୋଇଛି। ଏହାସହ ହୋଟେଲ୍‌ରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ୍‌ ହେବା ନେଇ ନୋଟିସ୍‌ ଜାରି କରାଯାଇଥିଲା।
ନେଉଳପୁରସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ଢାବା ବେଆଇନ ଭାବେ ଚାଲିଥିବା ଦର୍ଶାଇ ଏହାର ତଦନ୍ତ କରିବାକୁ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ସମୀକ୍ଷା ବୈଠକରେ ବିଡିଓଙ୍କୁ କହିଥିଲେ। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାର ତଦନ୍ତ କରି ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ। ଗତ ୨୮ ତାରିଖରେ ବ୍ଲକର କର୍ମଚାରୀ ନୋଟିସ ଧରି ସେଠାରେ ପହଞ୍ଚତ୍ବା ବେଳେ ଢାବାଟି ବନ୍ଦ ଥିବା ଦେଖି ଲଟକା ଜାରି କରିଥିଲେ। ୩ ଦିନ ମଧ୍ୟରେ ଢାବାକୁ ଖାଲି କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଥିଲା। ଗତ ୨୮ରୁ ୩୦ ତାରିଖ ମଧ୍ୟରେ ଢାବାରେ ଥିବା ସମସ୍ତ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆମ ଗଁା ଆମ ବିକାଶ ଓ ଏମଜିଏନଆର୍ଇଜିଏସ ପାଣ୍ଠିରେ ଢାବା ର୍ନିମାଣ ହୋଇଥିବାବେଳେ ଏଥିରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ତେବେ ଏହା କାହାକୁ ଲିଜ ଦିଆଯାଇଛି ସେ ସମ୍ପର୍କରେ ବ୍ଲକରେ କୌଣସି ତଥ୍ୟ ରହି ନ ଥିବାବେଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହାସହ ଟେଣ୍ଡର ମାଧ୍ୟମରେ ଏହାକୁ ଲିଜ ସୂତ୍ରରେ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଏତେଦିନ ହେଲା ବ୍ଲକ ପ୍ରଶାସନର ଅଗୋଚରରେ କିଭଳି ଜଣେ ଢାବାକୁ ନିଜ ଅକ୍ତିଆରରେ ରଖି ଚଳାଉଥିଲେ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri