କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ।
ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। କିଛି ନ ହେଲେ ଉପର ପଡ଼ିଆରେ ପ୍ରତୀକାତ୍ମକ ଭାବେ ବାଲିଯାତ୍ରା ହେବା ଆବଶ୍ୟକ ବୋଲି ଫିର୍ଦ୍ଦୋସ କହିଛନ୍ତି। ବାଲିଯାତ୍ରା କଟକବାସୀଙ୍କ ଭାବାବେଗର ବିଷୟ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ସହ ଆଲୋଚନା କରିବେ ବୋଲି ବିଧାୟିକା କହିଛନ୍ତି।


