୬ ଦିନ ହେଲା ବାଲିଯାତ୍ରା ପଡ଼ିଆ ଅନ୍ଧାର

ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ ସୃଷ୍ଟି ହୋଇଛି। ଏନେଇ ପାରାଦୀପ ଅନ୍ତେବାସୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ଏପରି ହେବା ପଛରେ ଠିକା କର୍ମଚାରୀଙ୍କ ଦରମା ବନ୍ଦ ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପାରାଦୀପର ବାଲିଯାତ୍ରା ପଡ଼ିଆ ଅଞ୍ଚଳ ସବୁବେଳେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏକମାତ୍ର ଚିତ୍ତବିନୋଦନ ସ୍ଥାନ ଭାବେ ପରିଚିତ। କାରଣ ପ୍ରତିଦିନ ସେଠାରେ ଲୋକେ ବୁଲାବୁଲି କରିବା ସହ ସମୁଦ୍ର ଢେଉର ଦୃଶ୍ୟ ଉପଭୋଗ କରିଥାନ୍ତି। ବିଶେଷକରି ଖରାଦିନେ ଅଧିକ ଲୋକ ସେଠାରେ ରାତି ପର୍ଯ୍ୟନ୍ତ ରହିଥାନ୍ତି। ଲୋକଙ୍କ ସମାଗମ ଯୋଗୁ ପାରାଦୀପ ପୌରପରିଷଦ ପକ୍ଷରୁ ସେଠାରେ ଅନେକ ଆଖିଦୃଶିଆ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏଠାରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ବିଜୁ ମିନାର, ବାଲିଯାତ୍ରା ମଣ୍ଡପ, ଖୋଲା ବ୍ୟାୟାମ ସେଣ୍ଟର, ପିଲାଙ୍କ ପାଇଁ ଦୋଳି, ବସିବା ପାଇଁ ୫୦ରୁ ଅଧିକ ସିମେଣ୍ଟ ପିଣ୍ଡି, ବାଲି ଉପରେ କାଠପୋଲ, ଜାତୀୟ ପତାକା ତ୍ରିରଙ୍ଗା ସ୍ତମ୍ଭ, ଶାରଳା ମଣ୍ଡପ, କଙ୍କ୍ରିଟ ରାସ୍ତା, ପାର୍କିଂ ଏରିଆ, ଜେଏସଡବ୍ଲ୍ୟୁ କମ୍ପାନୀ ସହାୟତାରେ ହାଇଟେକ ଶୌଚାଳୟ, ନୌକା ଚାଳନା ଆଦି ଅନେକ ପ୍ରକଳ୍ପ କରାଯାଇଛି। ସା ସମୟରେ ଆକର୍ଷଣ ପାଇଁ ୪ଟି ସୁଉଚ୍ଚ ହାଇମାଷ୍ଟ ଲାଇଟ, ବେଳାଭୂମି ରାସ୍ତାରେ ୪ ଥାକିଆ ବିଦ୍ୟୁତ ଆଲୋକ, ଲିଚୁ ଲାଇଟ, ମ୍ୟୁଜିକ ବ୍ୟବସ୍ଥା ଆଦି କରାଯାଇଛି। ଏଥିପାଇଁ ସେଠାରେ ସା ସମୟରେ ହଜାରରୁ ଅଧିକ ଲୋକ ପରିବାର ସହ ବୁଲାବୁଲି କରିଥାନ୍ତି। ପୌରପରିଷଦ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ପରିଚାଳନା, ସୁରକ୍ଷା ପାଇଁ ଠିକା କର୍ମଚାରୀ ରଖିଥିଲେ। ଏହାବ୍ୟତୀତ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ନୂଆ ପ୍ରକଳ୍ପ, ଜଳସାଥି, ସ୍ବଚ୍ଛ ସାଥି, ଆହାର କେନ୍ଦ୍ର ପରିଚାଳନା, ଆଶ୍ରୟକେନ୍ଦ୍ର ପରିଚାଳନା ପାଇଁ ସମୁଦାୟ ୫୫ ଜଣ ଠିକା କର୍ମଚାରୀ ପ୍ରାୟ ବର୍ଷେ ହେଲା ରହିଥିଲେ। ସେହି କର୍ମଚାରୀଙ୍କ ଦରମା ଗତ ୫ ମାସ ହେଲା ବନ୍ଦ ରହିଛି। ସେଥିପାଇଁ ଆମେ କାମକୁ ଯାଉନାହୁଁ ବୋଲି ପରେଶ ଦଳାଇ ନାମକ କର୍ମଚାରୀ କୁହନ୍ତି। ସେମାନଙ୍କ ଦରମା ବନ୍ଦ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିଲେ କୁହନ୍ତି, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ୬ ମାସ ତଳେ ଠିକା କର୍ମଚାରୀ ନିଯୁକ୍ତି ଉପରେ କଟକଣା ଜାରି କରିଛନ୍ତି। ସେଥିପାଇଁ ଆମ ଅଧିକାରୀମାନେ ତାଙ୍କ ଦରମା ରିଲିଜ କରୁନାହାନ୍ତି। ଏଥିପାଇଁ ଏପରି ସମସ୍ୟା ଉପୁଜିଛି। ଏନେଇ ଆଲୋଚନା ଜାରି ରହିଛି। ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri