ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବରୁ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ରବିବାର ତାଙ୍କୁ ପରିରର୍ତ୍ତନ କରି ଦଳ ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି। ଏହା ପରେ ଏଠିକାର କଂଗ୍ରେସ ରାଜନୀତି ପୂର୍ବେ ଅପେକ୍ଷା ବର୍ତ୍ତମାନ ଅଧିକ ଚଳଚଞ୍ଚଳ ହୋଇଉଠିଛି। ଏହି ଆସନରେ ଗତ ନିର୍ବାଚନଗୁଡିକ ଭଳି ଚଳିତ ଥର ମଧ୍ୟ ତ୍ରିମୁଖୀ ପ୍ରତିଦନ୍ଦିତା ହେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ବିଜେଡି ପକ୍ଷରୁ ବର୍ତ୍ତମାନ ବିଧାୟକ ଚକ୍ରମଣି କହଁର ଦ୍ୱିତୀୟ ଥର ପାଇଁ ଦଳୀୟ ଟିକେଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ଦଳରୁ ଉପେନ୍ଦ୍ର ପ୍ରଧାନ ଓ ଭାଜପାରୁ କଳ୍ପନା କହଁର ଟିକେଟ୍‌ ପାଇବା ପରେ ବିଭିନ୍ନ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ସିମନ ମଳିକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୧୪ରେ ରାଜୀବ ପାତ୍ର ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ରେ ଚକ୍ରମଣି ବିଜେଡି ଟିକେଟ୍‌ ପାଇ ବିଜୟୀ ହୋଇଥିଲେ । ଉଲ୍ଲେଖନୀୟ ଘଟଣା କ୍ରମରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ଟି ନିର୍ବାଚନରେ ବାଲିଗୁଡ଼ାରେ କଂଗ୍ରେସ ପ୍ରାର୍ଥୀ ଦ୍ୱିିତୀୟ ସ୍ଥାନରେ ରହିଆସୁଛନ୍ତି । ଇତି ମଧ୍ୟରେ ପୁଣିଥରେ ଏଠାରୁ ବିଧାୟକ ଚକ୍ରମଣିଙ୍କୁ ଟିକେଟ୍‌ ମିଳିଥିବାରୁ ବିଜେଡି ତାହାର ସମସ୍ତ ଆଶାୟୀ, କର୍ମକର୍ତ୍ତା, ପଞ୍ଚାୟତ ସ୍ତରୀୟ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଦଳ ପୁଣିଥରେ ଏଠାରେ ନିଜର ପ୍ରଭାବ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବାବେଳେ ଭାଜପା ଓ କଂଗ୍ରେସ ଏହାର ମୁକାବିଲା ନିମନ୍ତେ ସେମାନଙ୍କର ସବୁଠାରୁ ଅଲଗା ନୂତନ ରଣକୌଶଳ ଆରମ୍ଭ କରି ଦେଇଛନ୍ତି। ଯେଉଁଥିପାଇଁ କଂଗ୍ରେସ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ଭାଜପା ଚଳିତ ଥର ମହିଳା କାର୍ଡ ଖେଳି ଜଣେ ଉଚ୍ଚ ଶିକ୍ଷିତା ସ୍ଥାନୀୟ ଆଦିବାସୀ ମହିଳା କଳ୍ପନା କହଁରଙ୍କୁ ପ୍ରାର୍ଥୀ କରିଛି । କଳ୍ପନା ଟିକେଟ୍‌ ପାଇବା ପରେ ଭାଜପା କର୍ମୀ ଘରକୁ ଘର ଯାଇ ଦଳ ତଥା ସଂଗଠନକୁ ମଜବୁତ୍‌ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କୁଇ ସମାଜ ତରଫରୁ ବାଲିଗୁଡା ଆସନର ଭାଜପା ପ୍ରାର୍ଥୀ ଅଣ ଆଦିବାସୀ ବୋଲି କୁହାଯିବା ସହ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଏହିସବୁ କାରଣରୁ ବାଲିଗୁଡ଼ା ବିଧାନସଭା ଆସନକୁ ନେଇ ନିର୍ବାଚନୀ ରାଜନୀତି ସରଗରମ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri