ଶ୍ରୀକ୍ଷେତ୍ରରେ ବାଲି ତୃତୀୟା ପାଳିତ

ପୁରୀ ଅଫିସ,୩୦ା୮- ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ବାଲି ତୃତୀୟା (ଗୌରୀ ବ୍ରତ) ପାଳିତ ହୋଇଯାଇଛି। ଗଣେଶ ପୂଜାର ପୂର୍ବ ଦିନ ଏହି ବ୍ରତ ପାଳନ କରାଯାଇଥାଏ। ବିଭିନ୍ନ ନଦୀ ଓ ପୁଷ୍କରିଣୀ କୂଳରେ ମହିଳା ଏବଂ ଯୁବତୀମାନେ ବାଲୁକାରେ ଶକ୍ତି ସହିତ ଶିବଲିଙ୍ଗ ପ୍ରତିଷ୍ଠା କରି ଉମା ମହେଶ୍ୱରଙ୍କୁ ପୂଜା କରିଛନ୍ତି। ଏହି ବ୍ରତ ସଂକ୍ରାନ୍ତରେ ଯୁବ ଗବେଷକ ସୌମ୍ୟ ପଣ୍ଡା କୁହନ୍ତି, ଶ୍ରୀକ୍ଷେତ୍ର ଓ ପାଶର୍‌ବବର୍ତ୍ତୀ ଗାଁଗୁଡ଼ିକରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ସନ୍ତାନଙ୍କ ଦୁଃଖ ସମୃଦ୍ଧି ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ବ୍ରତଧାରୀ ସମ୍ପୂର୍ଣ୍ଣ ଉପବାସ କରିଥାନ୍ତି। ଅନେକ ଅବିବାହିତ ଝିଅ ଭଲ ସ୍ବାମୀ ପାଇବା ଲାଗି ଏହି ବ୍ରତ ପାଳନ କରିଥାନ୍ତି। ବ୍ରତଧାରୀମାନେ ସନ୍ଧ୍ୟାରେ ଉମା ମହେଶ୍ୱରଙ୍କୁ ପୂଜା କରି ମନସ୍କାମନା ଜଣାଇଥାନ୍ତି।