Odisha Elections 2024

‘ସ୍ଥାଣୁ ପାଲଟିଛି ବାଲେଶ୍ୱର ପୌରପାଳିକା’

ବାଲେଶ୍ୱର ଅଫିସ, ୧୦।୧୨: ଦୀର୍ଘ ୮ ମାସ ହେଲା ପୌର ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବାଲେଶ୍ୱର ସହରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ବାଲେଶ୍ୱର ପୌରପାଳିକାର ସ୍ଥାଣୁତାକୁ ନେଇ ଭାଜପାର ନଗର ଶାଖା ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରାଯାଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଥିରେ ଭାଜପା ସମର୍ଥିତ କାଉନସିଲରମାନେ ଯୋଗଦେଇ ଏହାର ପ୍ରତିବାଦ କରିଛନ୍ତି।
ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, ୱାର୍ଡ଼ଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପରିଷଦର ନିଷ୍ପତ୍ତି ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ସହର ପରିମଳ ବ୍ୟବସ୍ଥା ଠିକ୍‌ ଢଙ୍ଗରେ ପରିଚାଳନା ପାଇଁ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ବନ୍ଦ କରି ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଥିବା ଷ୍ଟ୍ରିଟ୍‌ଲାଇଟ୍‌ ମରାମତି ସହ ନୂତନ ଲାଇଟ୍‌ ଲଗାଇବା, ପୌରପାଳିକାରୁ ଜନସ୍ବାସ୍ଥ୍ୟ ବିଭାଗ ୧୦କୋଟି ଟଙ୍କା ନେଇଥିବା ସତ୍ତ୍ୱେ ଉକତ୍ଟ ହୋଇଥିବା ଜଳ ସମସ୍ୟାର ତୁରନ୍ତ ସମାଧାନ, ନୂତନ ଟାଉନ ବସ୍‌ ପ୍ରଚଳନ ପାଇଁ ଭାଜପା ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ପୂର୍ବତନ କାଉନସିଲର ଜୟପ୍ରକାଶ ଦାଶ ପ୍ରମୁଖ ଦାବି କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ପୌରପାଳିକାରେ ଉପୁଜିଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବ ପୌରପରିଷଦ ଭାଙ୍ଗିବାର ସାଢ଼େ ୩ବର୍ଷ ପରେ ପୌର ନିର୍ବାଚନ ଦ୍ୱାରା ଏକକ ବ୍ୟକ୍ତି ପରିଚାଳିତ ପୌରପରିଷଦ ସମାପ୍ତି ସହ ନୂତନ ପରିଷଦ ଗଠନ ହୋଇଥିଲା। ମାତ୍ର ଅଧିକାରୀଙ୍କ ଉଦାସୀନତା ଯୋଗୁ ପରିଷଦରେ ଗ୍ରହଣ ହେଉଥିବା ନିଷ୍ପତ୍ତି ଅନୁଯାୟୀ ସହରରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହଁି। ଦୀର୍ଘବର୍ଷ ଧରି ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ପୌରପାଳିକାର କାର୍ଯ୍ୟଦକ୍ଷତା ସଙ୍କୁଚିତ ହେଉଥିବା ସହ ବିଭିନ୍ନ ସମସ୍ୟା ଜଟିଳତା ମଧ୍ୟକୁ ଠେଲି ହୋଇଯାଉଛି। ନିର୍ବାଚିତ କାଉନସିଲରମାନେ ପୌର ପରିଷଦ ବୈଠକରେ ୱାର୍ଡ଼ରେ ଦେଖାଦେଉଥିବା ସମସ୍ୟା ନେଇ ବାରମ୍ବାର ସ୍ବର ଉତ୍ତୋଳନ କରୁଥିବା ସତ୍ତ୍ୱେ ଗୋଟିଏ ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ମାସକୁ ମାସ ବଦଳୁଥିବା ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲରମାନଙ୍କ ସମନ୍ବୟ ଅଭାବରୁ ବାଲେଶ୍ୱର ପୌରପାଳିକା ଏବେ ଦିଗଭ୍ରଷ୍ଟ ହୋଇଥିବା ଭାଜପା ନେତାମାନେ ଅଭିଯୋଗ କରିଥିଲେ। ଭାଜପା ମିଡିଆ ସହ ସଂଯୋଜକ ଅରୂପ ଜେନା ଖବରଦାତା ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରୋଜାଲିନ ପାଣି, ଗୋରୀ ଦାଶ, ସସ୍ମିତା ନାଥ, ପ୍ରତିମା ବେହେରା, ନିରୂପମା ଦାଶ, ସୁଚିସ୍ମିତା ପଣ୍ଡା, ଭାରତୀ ପାତ୍ର, ନିତ୍ୟଗୋପାଲ ସିଂ ପ୍ରମୁଖ କାଉନସିଲରଙ୍କ ସମେତ ସଂଯୁକ୍ତା ମହାପାତ୍ର, କାର୍ତ୍ତିକ ନାଥ, ବିବେକାନନ୍ଦ ମହାନ୍ତି, ଶୈଳେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri