‘ସ୍ଥାଣୁ ପାଲଟିଛି ବାଲେଶ୍ୱର ପୌରପାଳିକା’

ବାଲେଶ୍ୱର ଅଫିସ, ୧୦।୧୨: ଦୀର୍ଘ ୮ ମାସ ହେଲା ପୌର ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ବାଲେଶ୍ୱର ସହରରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ। ବାଲେଶ୍ୱର ପୌରପାଳିକାର ସ୍ଥାଣୁତାକୁ ନେଇ ଭାଜପାର ନଗର ଶାଖା ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରାଯାଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଥିରେ ଭାଜପା ସମର୍ଥିତ କାଉନସିଲରମାନେ ଯୋଗଦେଇ ଏହାର ପ୍ରତିବାଦ କରିଛନ୍ତି।
ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି, ୱାର୍ଡ଼ଗୁଡ଼ିକରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପରିଷଦର ନିଷ୍ପତ୍ତି ଅନୁଯାୟୀ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ସହର ପରିମଳ ବ୍ୟବସ୍ଥା ଠିକ୍‌ ଢଙ୍ଗରେ ପରିଚାଳନା ପାଇଁ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ବନ୍ଦ କରି ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ, ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଥିବା ଷ୍ଟ୍ରିଟ୍‌ଲାଇଟ୍‌ ମରାମତି ସହ ନୂତନ ଲାଇଟ୍‌ ଲଗାଇବା, ପୌରପାଳିକାରୁ ଜନସ୍ବାସ୍ଥ୍ୟ ବିଭାଗ ୧୦କୋଟି ଟଙ୍କା ନେଇଥିବା ସତ୍ତ୍ୱେ ଉକତ୍ଟ ହୋଇଥିବା ଜଳ ସମସ୍ୟାର ତୁରନ୍ତ ସମାଧାନ, ନୂତନ ଟାଉନ ବସ୍‌ ପ୍ରଚଳନ ପାଇଁ ଭାଜପା ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ପୂର୍ବତନ କାଉନସିଲର ଜୟପ୍ରକାଶ ଦାଶ ପ୍ରମୁଖ ଦାବି କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ପୌରପାଳିକାରେ ଉପୁଜିଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ପୂର୍ବ ପୌରପରିଷଦ ଭାଙ୍ଗିବାର ସାଢ଼େ ୩ବର୍ଷ ପରେ ପୌର ନିର୍ବାଚନ ଦ୍ୱାରା ଏକକ ବ୍ୟକ୍ତି ପରିଚାଳିତ ପୌରପରିଷଦ ସମାପ୍ତି ସହ ନୂତନ ପରିଷଦ ଗଠନ ହୋଇଥିଲା। ମାତ୍ର ଅଧିକାରୀଙ୍କ ଉଦାସୀନତା ଯୋଗୁ ପରିଷଦରେ ଗ୍ରହଣ ହେଉଥିବା ନିଷ୍ପତ୍ତି ଅନୁଯାୟୀ ସହରରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନାହଁି। ଦୀର୍ଘବର୍ଷ ଧରି ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ପୌରପାଳିକାର କାର୍ଯ୍ୟଦକ୍ଷତା ସଙ୍କୁଚିତ ହେଉଥିବା ସହ ବିଭିନ୍ନ ସମସ୍ୟା ଜଟିଳତା ମଧ୍ୟକୁ ଠେଲି ହୋଇଯାଉଛି। ନିର୍ବାଚିତ କାଉନସିଲରମାନେ ପୌର ପରିଷଦ ବୈଠକରେ ୱାର୍ଡ଼ରେ ଦେଖାଦେଉଥିବା ସମସ୍ୟା ନେଇ ବାରମ୍ବାର ସ୍ବର ଉତ୍ତୋଳନ କରୁଥିବା ସତ୍ତ୍ୱେ ଗୋଟିଏ ହେଲେ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ମାସକୁ ମାସ ବଦଳୁଥିବା ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲରମାନଙ୍କ ସମନ୍ବୟ ଅଭାବରୁ ବାଲେଶ୍ୱର ପୌରପାଳିକା ଏବେ ଦିଗଭ୍ରଷ୍ଟ ହୋଇଥିବା ଭାଜପା ନେତାମାନେ ଅଭିଯୋଗ କରିଥିଲେ। ଭାଜପା ମିଡିଆ ସହ ସଂଯୋଜକ ଅରୂପ ଜେନା ଖବରଦାତା ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ରୋଜାଲିନ ପାଣି, ଗୋରୀ ଦାଶ, ସସ୍ମିତା ନାଥ, ପ୍ରତିମା ବେହେରା, ନିରୂପମା ଦାଶ, ସୁଚିସ୍ମିତା ପଣ୍ଡା, ଭାରତୀ ପାତ୍ର, ନିତ୍ୟଗୋପାଲ ସିଂ ପ୍ରମୁଖ କାଉନସିଲରଙ୍କ ସମେତ ସଂଯୁକ୍ତା ମହାପାତ୍ର, କାର୍ତ୍ତିକ ନାଥ, ବିବେକାନନ୍ଦ ମହାନ୍ତି, ଶୈଳେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?