ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ ନିକଟରେ ଆଉ ଏକ ଜାତୀୟ ସ୍ବୀକୃତି ସହ ପ୍ରମାଣପତ୍ର ଦିଆଯାଇଛି। ବିଶେଷକରି ବାଲ୍‌କୋ ବିଭିନ୍ନ ପ୍ରକାର ପ୍ରାଥମିକ ଉତ୍ପାଦନ ଏବଂ ଯୋଗାଣ ପାଇଁ ଆଲୁମିନିୟମ ଷ୍ଟିୱାର୍ଡଶିପ୍‌ ଇନିସିଏଟିଭ୍‌ (ଏଏସ୍‌ଆଇ) ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର ହାସଲ କରିଛି। ଏପରିକି ଛତିଶଗଡ଼ର କୋର୍ବାଠାରେ ଅବସ୍ଥିତ ବାଲ୍‌କୋ ସୁବିଧା କେନ୍ଦ୍ର ଜରିଆରେ କମ୍ପାନୀ ଆଲୁମିନିୟମ ଉତ୍ପାଦ ଯୋଗାଣ କରିଥାଏ। ଏଥିରେ ତରଳ ଆଲୁମିନିୟମ ଉତ୍ପାଦନ ପାଇଁ ଦୁଇଟି ପାତ୍ର ସହ ଏକ ସ୍ମେଲଟର, ଆଲୁମିନିୟମ ଗଠନ ପାଇଁ ତିନୋଟି କାଷ୍ଟ ହାଉସ୍‌, ଏକ ଉତ୍ପାଦ କାରଖାନା ଏବଂ ଏକ ବିଦ୍ୟୁତ୍‌ ଉତ୍ପାଦନ କାରଖାନା ଅନ୍ତର୍ଭୁକ୍ତ ରହିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଏଏସ୍‌ଆଇ ସଦସ୍ୟତା ମଧ୍ୟରେ ବାଲ୍‌କୋର ଅନ୍ତର୍ଭୁକ୍ତିକୁ ଏବଂ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ରକୁ ଆମେ ସ୍ବାଗତ କରୁଛୁ, ଯେଉଁଥିରେ ଆମର ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ ରେଷ୍ଟୋରା ଏବଂ ରେଷ୍ଟୋରା ଅଲ୍‌ଟ୍ରା ବ୍ରାଣ୍ଡ୍‌ର ଉତ୍ପାଦନ ଅନ୍ତର୍ଭୁକ୍ତ ରହିଛି। ଭାରତର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ଭାବେ ବାଲ୍‌କୋ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ପଦକ୍ଷେପରେ ନିରନ୍ତର ପ୍ରକ୍ରିୟାକୁ ଆଗେଇ ନେଇଛି ଏବଂ ବିଶ୍ୱ ଶିଳ୍ପ ମଧ୍ୟରେ ଏକ ମାନଦଣ୍ଡ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ସେହିଭଳି ଏଏସ୍‌ଆଇର ସିଇଓ ଡ. ଫିଓନା ସୋଲୋମନ କହିଛନ୍ତି, ଛତିଶଗଡ଼ଠାରେ ଥିବା ବେଦାନ୍ତ ବାଲ୍‌କୋ ଏକୀକୃତ ଆଲୁମିନିୟମ ଉତ୍ପାଦନ ସୁବିଧା ପାଇଁ ପ୍ରଦର୍ଶନ ଷ୍ଟାଣ୍ଡାର୍ଡ ସାର୍ଟିଫିକେସନ୍‌ ଭି୩ (୨୦୨୨) ହାସଲ କରିଥିବାରୁ ଆମେ ବାଲ୍‌କୋକୁ ଅଭିନନ୍ଦନ ଜଣାଉଛୁ। ଭାରତରେ ଏକ ବୃହତ୍‌ ଆଲୁମିନିୟମ ଉତ୍ପାଦକ ଏବଂ ବେଦାନ୍ତ ଲିମିଟେଡ୍‌-ଆଲୁମିନିୟମ ବ୍ୟବସାୟର ଏକ ଅଂଶ ଭାବେ ବାଲ୍‌କୋ ବିଶ୍ୱ ଆଲୁମିନିୟମ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ସାର୍ଟିଫିକେଶନ ବାଲ୍‌କୋ ସ୍ଥିରତା ଯାତ୍ରାରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ଚିହ୍ନିତ କରିଥାଏ ଏବଂ ପରିବେଶ, ସାମାଜିକ ଏବଂ ଶାସନ ମାନଦଣ୍ଡର ଏକ ବ୍ୟାପକ ସୀମା ପୂରଣ କରୁଥିବା ଅଭ୍ୟାସ ଗ୍ରହଣ କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ବିଶ୍ୱର ୬୦୦ କମ୍ପାନୀକୁ ପଛରେ ପକାଇ ବଡ଼ ଡିଲ୍ ହାତେଇଲା ଭାରତର ଏହି ଷ୍ଟାର୍ଟଅପ୍

ନୂଆଦିଲ୍ଲୀ,୧୫ା୩: ଭାରତୀୟ ଯୁବ ଇଞ୍ଜିନିୟରଙ୍କ କମାଲ। କେରଳର ତିରୁବନନ୍ତପୁରମରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ‘ଜେନରୋବୋଟିକ୍ସ’ ସିଙ୍ଗାପୁରରୁ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱର ପ୍ରାୟ ୬୦୦ରୁ…

ଭାରତରେ ମହଙ୍ଗା ହୋଇପାରେ ଖାଦ୍ୟ ସାମଗ୍ରୀ ଓ ସାର: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୫ା୩: ପଶ୍ଚିମ ଏସିଆରେ ଜାରି ରହିଥିବା ଦୀର୍ଘକାଳୀନ ଯୁଦ୍ଧ ଭାରତୀୟ ଅର୍ଥନୀତି ଉପରେ ଚାପ ପକାଇପାରେ। ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ଏକ ସାକ୍ଷାତକାରରେ ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri