ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାରି ଭିତରେ ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି ।
ପ୍ରଦୂଷଣରେ ଓଡ଼ିଶାର କିଛି ସହର ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀକୁ ଟପି ଯାଇଛି । ଓଡ଼ିଶାର ବାଲେଶ୍ବର ସହର ଆଜି ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ AQI ୩୩୬ ରହିଛି । ଦ୍ବିତୀୟ ସ୍ଥାନରେ ତାଳଚେର ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ବାରିପଦା । ତାଳଚେରରେ AQI ୩୨୪ ରହିଥିବା ବେଳେ ବାରିପଦାର AQI ୩୦୪ ରହିଛି ।
ଏହି 3ଟି ସହରରେ ବାୟୁର ଗୁଣାବତ୍ତା ଅତି ଖରାପ ସ୍ଥିତିରେ ରହିଛି । ଯଦି ଦିଲ୍ଲୀ ପ୍ରଦୂଷଣ କଥା ଦେଖିବା ତାହେଲେ ସେଠାରେ ଏକ୍ୟୁଆଇ ୨୧୮ ରହିଛି । ତେବେ ଜାତୀୟ ରାଜଧାନୀ ଠାରୁ ଓଡ଼ିଶାର କିଛି ସହରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଚିନ୍ତାର କାରଣ ସାଜିଛି ।


