ମାଟିରେ ମିଶିଯିବ ବଳରାମ ଦାସ ଗୁମ୍ଫା

ପୁରୀ ଅଫିସ,୨୮ା୯: ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ପୁରୀରେ ବହୁ ଐତିହ୍ୟ, କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରୁ ଅନେକ ମାଟିରେ ମିଶିଗଲାଣି। ପୁଣି କେତେକ ଐତିହ୍ୟ ରହିଛି ଯାହାର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଫଳରେ ତାହା ବି ମାଟିରେ ମିଶିବାକୁ ବସିଲାଣି। ଏମିତି ଏକ ପ୍ରାଚୀନ ଐତିହ୍ୟ ହେଉଛି ଚକ୍ରତୀର୍ଥ ରୋଡସ୍ଥିତ ଶ୍ରୀନୃସିଂହ ମନ୍ଦିର ପରିସର ବଳରାମ ଦାସ ଗୁମ୍ଫା।
ଓଡ଼ିଶାର ପ୍ରସିଦ୍ଧ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସନ୍ଥ ବଳରାମ ଦାସ। ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ବଳରାମ ଥରେ ଅଶୌଚ ଅବସ୍ଥାରେ ରଥଯାତ୍ରା ସମୟରେ ରଥକୁ ଚଢିଯାଇଥିଲେ। ଏହାକୁ ସେବକମାନେ ଗ୍ରହଣ କରି ନ ଥିଲେ। ତେଣୁ ସେମାନେ ବଳରାମଙ୍କୁ ଅପମାନିତ କରି ରଥରୁ ଓହ୍ଲାଇ ଦେଇଥିଲେ। ଏହା ତାଙ୍କୁ ଖୁବ୍‌ ଆଘାତ ଦେଇଥିଲା। ସେ ଅଭିମାନରେ କେବଳ ରଥ ନୁହେଁ, ବଡଦାଣ୍ଡ ଛାଡ଼ି ବାଙ୍କୀ ମୁହାଣ ଅପରପାର୍ଶ୍ୱ ଚକ୍ରତୀର୍ଥ ଘାଟରେ ପହଞ୍ଚତ୍ଥିଲେ। ସେଠାରେ ଥିବା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତିଷ୍ଠିତ ଶ୍ରୀନୃସିଂହ ମନ୍ଦିରର ପଶ୍ଚିମ ଭାଗ ବାଲିପନ୍ତରାରେ ବାଲିରେ ଏକ ରଥ ତିଆରି କରିଥିଲେ। ଏଥିସହ ବାଲିରେ ମହାପ୍ରଭୁଙ୍କ ମୂର୍ତ୍ତି ଗଢି ସେହି ବାଲିରଥରେ ବସାଇଥିଲେ। ସେଠାରେ ମହାପ୍ରଭୁଙ୍କୁ ଉପାସନା କରିଥିଲେ। ଫଳରେ ବଡଦାଣ୍ଡରେ ଆଉ ରଥ ଗଡ଼ି ନ ଥିଲା। ଭକ୍ତର ବିଶ୍ୱାସରେ ମହାପ୍ରଭୁଙ୍କ ସତ୍ତା ବାଲିରଥରେ ଆସି ବିଜେ କରିବା ଫଳରେ ବଡଦାଣ୍ଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା। ପରେ ଗଜପତି ସ୍ବପ୍ନାଦେଶ ପାଇ ଘଟଣା ବିଷୟରେ ଜାଣିବା ପରେ ବଳରାମଙ୍କୁ କ୍ଷମା ମାଗି ପୁନଶ୍ଚ ରଥ ଚାଲିବା ପାଇଁ ନିବେଦନ କରିଥିଲେ। ରଥ ଚାଲିଥିଲା ସତ, କିନ୍ତୁ ବଳରାମ ଆଉ ଚକ୍ରତୀର୍ଥରୁ ଫେରି ନ ଥିଲେ। ସେହି ବାଲିପନ୍ତରାରେ କୁଡ଼ିଆ କରି ରହିଥିଲେ। ପ୍ରାୟ ୫୦୦ ବର୍ଷ ତଳେ ଚୁନ ଓ ଅଠାରେ ନିର୍ମାଣ ହୋଇଥିବା ସେହି କୁଡ଼ିଆ କାଳକ୍ରମେ ଛୋଟ ଗୁମ୍ଫାକୃତି ହୋଇଥିଲା। ଏହା ବଳରାମ ଦାସ ଗୁମ୍ଫା ବୋଲି ଲୋକମୁଖରେ ରହିଆସିଛି। ସିଦ୍ଧସାଧକ ବଳରାମ ଏଠାରେ ପ୍ରାଦେଶିକ ଓଡ଼ିଆ ଭାଷାରେ ଜଗମୋହନ ରାମାୟଣ ରଚନା କରିଥିଲେ। ସନ୍ଥ ବଳରାମଙ୍କ ସ୍ମୃତି ବହନ କରୁଥିବା ଏହି ଐତିହ୍ୟ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି।
ଶ୍ରୀକ୍ଷେତ୍ରର ୫୪ଟି ଐତିହ୍ୟର ବିକାଶ ପାଇଁ ନିଷ୍ପତ୍ତି ହୋଇଥିଲା। ସେଥିରେ ବଳରାମ ଦାସ ଗୁମ୍ଫା ମଧ୍ୟ ସ୍ଥାନ ପାଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ଗବେଷକମାନେ ଏହି ସ୍ଥାନ ପରିଦର୍ଶନ କରିଥିଲେ। ଏହାର ସଂରକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ନିଷ୍ପତ୍ତି ବାସ୍ତବତାର ରୂପ ନେଇ ନ ଥିଲା। ଫଳରେ ପ୍ରାୟ ୫୦୦ ବର୍ଷର ଐତିହ୍ୟକୁ ଜାବୁଡ଼ି ଧରିଥିବା ବଳରାମ ଦାସ ଗୁମ୍ଫା ଆଜି ଇତିହାସ ହେବାକୁ ଯାଉଛି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି, ଏହାର ବିକାଶ ପାଇଁ ରାଜ୍ୟ ପ୍ରନତ୍ତତ୍ତ୍ବ ବିଭାଗକୁ ଅନୁରୋଧ କରାଯିବ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri