ତାପମାତ୍ରାରେ ରେକର୍ଡ କଲା ବଲାଙ୍ଗୀର

ଭୁବନେଶ୍ୱର,୯।୬(ବ୍ୟୁରୋ): ଜଳୁଛି ଓଡ଼ିଶା। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ବଲାଙ୍ଗୀର ୪୫. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଉତ୍ତପ୍ତ ସହର ପାଲଟିଛି। ସେହିପରି ଟିଟିଲାଗଡ଼ ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ କରାଯାଇଛି ।
ବରଗଡ଼ରେ ତାପମାତ୍ରା ଆଜି ୪୨. ୬ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୨.୪ ଡିଗ୍ରୀ , ଦେବଗଡ଼ରେ ୪୧. ୨ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨. ୭ ଡିଗ୍ରୀ ରହିଛି । ସମ୍ବଲପୁରର ତାପମାତ୍ରା ୪୨ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ହୀରାକୁଦ ୪୧. ୩ ଡିଗ୍ରୀ, ଭବାନୀପାଟଣାରେ ୪୩. ୫ ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କଟକରେ ତାପମାତ୍ରା ୩୩.୦ ରହିଥିବା ବେଳେ ୩୩.୨ ଡିଗ୍ରୀ ରହିଛି। ତେବେ ଆଗାମୀ ୨ ଦିନ ଯାଏ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିବାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।