ବିଜେଡିକୁ ପ୍ରାର୍ଥୀ ଚୟନ ଚିନ୍ତା

ଲୋଇସିଂହା, ୧୬ା୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୟନ ପାଇଁ କସରତ ଚଳାଇଛନ୍ତି। ୨୦୧୯ ନିର୍ବାଚନରେ ଏଠାରୁ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ବିଜୟୀ ହୋଇଥିଲେ। ବିଗତ ୫ବର୍ଷ ମଧ୍ୟରେ ବିଧାନସଭାରେ ତାଙ୍କର ପ୍ରଦର୍ଶନ ଭଲ ରହିଥିବା ସମର୍ଥକମାନେ କହି ବୁଲୁଛନ୍ତି। ତେବେ ପୁଇଁତଳା ବ୍ଲକର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ କର୍ମୀମାନେ ମେଳି କରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ା
ଏପରିକି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ସହ ତାଙ୍କର ସମ୍ପର୍କରେ ଦୂରତା ବଢ଼ିଥିବା ଚର୍ଚ୍ଚା ହେଉଛି। ମାର୍ଚ୍ଚ ୨ରେ ଲୋଇସିଂହା ଷ୍ଟେଶନରେ ଦୁର୍ଗ-ପୁରୀ ଏକ୍ସପ୍ରେସ ରହଣିକୁ ନେଇ ଭାଜପା ପକ୍ଷରୁ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଥିଲା ା ସେଠାରେ ଏମ୍‌ପି ସିଂଦେଓ ଉପସ୍ଥିତ ଥିବାବେଳେ ବିଧାୟକ ମହାଲିଙ୍ଗ ଅନୁପସ୍ଥିତ ଥିଲେ। ଏସବୁ ସତ୍ତ୍ୱେ ତାଙ୍କର ସେଭଳି କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ମହାଲିଙ୍ଗଙ୍କୁ ଦଳ ଏଠାରେ ରିପିଟ କରିବ ବୋଲି ସମର୍ଥକମାନେ ପ୍ରଚାର ଚଳାଇଛନ୍ତି।
ନିର୍ଦ୍ଧାରଣ ପରେ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ଏହି ଆସନରେ ୨୦୦୯ ମସିହାରୁ ବିଜେଡି ପ୍ରତ୍ୟେକ ଥର ପ୍ରାର୍ଥୀ ବଦଳ କରି ଆସିଛି। ୨୦୦୯ରେ ରମାକାନ୍ତ ସେଠ, ୨୦୧୪ରେ ଯୋଗେନ୍ଦ୍ର ବେହେରା ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ରେ ଚର୍ଚ୍ଚାରେ ନ ଥିବା ପ୍ରଦୀପ କୁମାର ବେହେରାଙ୍କୁ ଦଳ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଥିଲା। ହେଲେ କର୍ମୀ ମହଲ ସହିତ ସାଧାରଣରେ ଗ୍ରହଣୀୟତା ନ ହେବାରୁ ସେ ପରାଜିତ ହେଲେ। ଇତ୍ୟବସରରେ ତାଙ୍କର ମୃତ୍ୟୁ ହୋଇଯାଇଛି। କହିବାକୁ ଗଲେ ୨୦୧୯ ନିର୍ବାଚନ ପରଠାରୁ ଏଠାରେ ବିଜେଡି ଏକପ୍ରକାର ନେତୃତ୍ୱବିହୀନ ହେଲା ଭଳି ସ୍ଥିତିରେ ରହିଛି। ଦଳର ସାଙ୍ଗଠନିକ କ୍ଷେତ୍ରରେ ନେତୃବର୍ଗଙ୍କୁ ଗୋଟିଏ ମଞ୍ଚରେ ଏକାଠି ହେବା ଦେଖାଯାଉନାହିଁ। ଏହାସତ୍ତ୍ୱେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୭ଜିଲା ପରିଷଦ ଜୋନରୁ ବିଜେଡି ୬ଟିରେ ବିଜୟୀ ହେବା ଆଶ୍ୱାସନା ଦେଇଥିଲା।
୨୦୧୪ ବିଧାନସଭା ନିର୍ବାଚନରେ ଏଠାରୁ ବିଜୟୀ ହୋଇଥିବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ବୟସାଧିକ୍ୟ କାରଣରୁ କ୍ଷମତା ରାଜନୀତିରୁ ଦୂରେଇ ଯାଇଛନ୍ତି। ତାଙ୍କ ପୁତ୍ର ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀହାର ରଞ୍ଜନ ବେହେରା ଦଳର ଜନସମ୍ପର୍କ ପଦଯାତ୍ରା ଓ ଅନ୍ୟାନ୍ୟ ସାଙ୍ଗଠନିକ କାର୍ଯ୍ୟରେ ଆଗକୁ ବାହାରୁଛନ୍ତି। ୨୦୧୯ ନିର୍ବାଚନରେ ସେ ଟିକେଟ ଦୌଡ଼ରେ ଥାଇ ଶେଷ ମୁହୂର୍ତ୍ତରେ ବାଦ୍‌ ପଡ଼ିଥିଲେ। ହେଲେ ଏହା ପରଠାରୁ ସେ ନିରବଚ୍ଛିିନ୍ନଭାବେ ଦଳୀୟ ସଙ୍ଗଠନ ଓ ଜନସମ୍ପର୍କରେ ରହି ଆସିଛନ୍ତି। ଏଥର ନିର୍ବାଚନରେ ଏଠାରୁ ଅନ୍ୟତମ ଆଶାୟୀ ଭାବେ ସେ ଉଭା ହୋଇଛନ୍ତି। ଏଥର ବିଜେଡି ସୁପ୍ରିମୋ ତାଙ୍କୁ ଆଶୀର୍ବାଦ କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ ସେ ନିର୍ବାଚନମଣ୍ଡଳୀ ବାହାର ଲୋକ କହି କେତେକ ଛାମୁଆ ବିଜେଡି ନେତା ସ୍ବାଭିମାନ ମଞ୍ଚ ଗଢ଼ି ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ସ୍ଥାନରେ ସଭା ସମିତିମାନ କରୁଛନ୍ତି। ପୁରୁଣା ବିଜେଡି କର୍ମୀଙ୍କୁ ସେ ଅଣଦେଖା କରୁଥିବା ଅଭିଯୋଗ କରୁଛନ୍ତି। ଲୋଇସିଂହା ନିର୍ବାଚନମଣ୍ଡଳୀର ବିକାଶ କେବଳ ସ୍ଥାନୀୟ ନେତୃତ୍ୱ କରିପାରିବ ବୋଲି ସେମାନେ ଯୁକ୍ତି କରୁଛନ୍ତି।
ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ନବ କିଶୋର ନାୟକ ତୃତୀୟ ସ୍ଥାନରେ ରହିଥିଲେ। ଇତିମଧ୍ୟରେ ସେ ବିଜେଡିରେ ଯୋଗଦେଇଛନ୍ତି। କିଶୋର ମଧ୍ୟ ବିଜେଡିରୁ ଅନ୍ୟତମ ଆଶାୟୀଭାବେ ଉଭା ହୋଇଛନ୍ତି। ତାଙ୍କୁ ପ୍ରାର୍ଥୀ କରାଗଲେ ଦଳର ବିଜୟ ସୁନିଶ୍ଚିତ ହେବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେବେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପରୁ ଲୋଇସିଂହା ନିର୍ବାଚନମଣ୍ଡଳୀର କେତେକ ପଞ୍ଚାୟତ ବାଦ୍‌ ପଡ଼ିବାକୁ ନେଇ ଚାଷୀମାନେ ସରକାରଙ୍କ ଉପରେ ବିଷୋଦ୍‌ଗାର କରୁଛନ୍ତି। ଦଳୀୟ କନ୍ଦଳ ସାଙ୍ଗକୁ ଏହିପରି କେତେକ ସମସ୍ୟା ଏଠାରେ ବିଜେଡି ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି।
ନିର୍ବାଚନମଣ୍ଡଳୀରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର। ବିଗତ ୩ଟି ନିର୍ବାଚନରେ ଏଠାରେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଥିଲେ ହେଁ କଂଗ୍ରେସର ଏକ ଭୋଟ ବ୍ୟାଙ୍କ ରହିଛି। ଗତଥର ପ୍ରାର୍ଥୀ ହୋଇଥିବା ନବ କିଶୋର ନାୟକ ବିଜେଡିରେ ମିଶିବା ପରେ ଏଠାରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଦୋହଲି ଯାଇଛି। ଏହାସତ୍ତ୍ୱେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଅନୁଗତ କୁହାଯାଉଥିବା ଓମ୍‌ପ୍ରକାଶ କୁମ୍ଭାର, ଏଆଇସିସି ସଭ୍ୟ ଅଭିଷେକ ମହାନନ୍ଦ, ହେମସାଗର ନନ୍ଦ, ଅର୍ଜୁନ ମୁଦୁଲି ଟିକେଟ ହାତେଇବା ଲକ୍ଷ୍ୟରେ ଅଛନ୍ତି। ବିଭିନ୍ନ ସ୍ଥାନରେ ‘କଂଗ୍ରେସ ଆସୁଛି’ ନାମରେ ବଡ଼ ପୋଷ୍ଟର, ବ୍ୟାନର ଲଗାଯାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଦଳ କାହାକୁ ଭରସା କରୁଛି ଦେଖିବାକୁ ଅଛି। ଏଥିସହିତ ଭାଜପା ଓ ବିଜେଡିର ଗୋଷ୍ଠୀ କନ୍ଦଳ ଏବଂ ଦୁଇ ଦଳ ମଧ୍ୟରେ ଝୁଲି ରହିଥିବା ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ମଧ୍ୟ ନିର୍ବାଚନ ଫଳକୁ ପ୍ରଭାବିତ କରିବ ବୋଲି କୁହାଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri