ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ ଟିକଟ ପାଇଥିବା ଅଜୟଙ୍କୁ ବଲାଙ୍ଗୀର ଜିଲାପାଳଙ୍କ ଶୁଭେଚ୍ଛା

ବଲାଙ୍ଗୀର,୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଜାତୀୟ ସ୍ତରର ମର୍ଯ୍ୟଦାଜନକ କଣ୍ଠସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ୍‌ ଆଇଡଲ ସିଜନ୍‌ ୧୪ର ଅଡିଶନ୍‌ ରାଉଣ୍ଡରେ ବଲାଙ୍ଗୀରର ଉଦୟୀମାନ ଯୁବ କଣ୍ଠଶିଳ୍ପୀ ଏବଂ ସଙ୍ଗୀତଜ୍ଞ ଅଜୟ ଅମର ସିଂଦେଓ ଗୋଲଡେନ୍‌ ଟିକଟ ପାଇଛନ୍ତି। ସୋନି ଟିଭି ପ୍ରାୟୋଜିତ ଲୋକପ୍ରିୟ ଇଣ୍ଡିଆନ୍‌ ଆଇଡଲ ଅଡିଶନ୍‌ ରାଉଣ୍ଡରେ ଯୋଗ୍ୟ ବିବେଚିତ ଅଜୟ ଅମରଙ୍କ ଏପିଶୋଡ ପ୍ରସାରିତ ହେବା ପରେ ବଲାଙ୍ଗୀର ସମେତ ସାରା ରାଜ୍ୟରେ ତାଙ୍କୁ ଶୁଭେଚ୍ଛୁ ମହଲରେ ଶୁଭେଚ୍ଛା ଜଣାଯାଇଛି। ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ମଧ୍ୟ ତାଙ୍କୁ ଜିଲାପାଳ ଅଫିସକୁ ଆମନ୍ତ୍ରଣ କରି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏଭଳି ନିଷ୍ଠା ଏବଂ ସଙ୍ଗୀତ ପ୍ରତିଭାକୁ ସେ ପ୍ରଶଂସା କରି ଆଗାମୀ ଦିନରେ ଇଣ୍ଡିଆନ୍‌ ଆଇଡର ବିଭିନ୍ନ ସୋପନରେ ତାଙ୍କର ସଫଳତା କାମନା କରିଥିଲେ। ଏହି ଅବସରରେ ଅଜୟଙ୍କ ପିତା ଦିଲୀପ କୁମାର ସିଂଦେଓ ଓ ମାତା ନଳିନୀ ସିଂ ଏବଂ ଜିଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ଜିଲାପାଳ ରାଣା ଉଭୟ ମାତାପିତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ଇଣ୍ଡିଆନ ଆଇଡଲ ପ୍ରତିଯୋଗିତାରେ ଭାଗ ନେବାକୁ ଅଜୟ ସେପ୍‌ଟେମ୍ବରରେ ମୁମ୍ବାଇ ଯାଇଥିଲେ। ଅଡିଶନ୍‌ ରାଉଣ୍ଡରେ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର କଣ୍ଠଶିଳ୍ପୀ ଏବଂ ସଙ୍ଗୀତଜ୍ଞ ସେମାନଙ୍କ ପ୍ରତିଭା ଦେଖାଇବାକୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କୁମାର ସାନୁ, ଶ୍ରେୟା ଘୋଷାଲ ଏବଂ ସଙ୍ଗୀତଜ୍ଞ ବିଶାଳ ଦାଦଲାନୀ ଯୁବ କଣ୍ଠଶିଳ୍ପୀ ଅଜୟଙ୍କ ଗୀତ ଏବଂ ଭାଓଲିନ୍‌ ବାଦନ ଶୁଣିବା ପରେ ଠିଆ ହୋଇ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?