ବଲାଙ୍ଗୀରରେ ବନ୍ଦ ପାଳନ

ବଲାଙ୍ଗୀର ଅଫିସ,୧୯ା୪: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପରିପ୍ରେକ୍ଷୀରେ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସ, ଦୋକାନ ବଜାର, ଯାନବାହନ ଚଳାଚଳ, ବ୍ୟାଙ୍କ, ଡାକଘର ବନ୍ଦ ରହିଛି । ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସଭା କରାଯାଇଛ। ବିଭିନ୍ନ ସଙ୍ଗଠନର ସଦସ୍ୟ ଯୋଗଦେଇଛନ୍ତି। ବନ୍ଦର ଗୋଟିଏ ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ଏନେଇ ସହରର ବିଭିନ୍ନ ରାସ୍ତାରେ ପ୍ରଚାର କରାଯାଇଥିଲା। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ, ବ୍ୟାଙ୍କ, ଡାକଘର, ପୃଥ୍ବୀରାଜ ହାଇସ୍କୁଲ ସମ୍ମୁଖରେ ପିକେଟିଂ କରିଥିଲେ। ରାସ୍ତାରେ ଟାୟାର୍‌ ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ରାସ୍ତାରେ ଯାଉଥିବା ଗାଡ଼ି, ମୋଟରକୁ କର୍ମୀମାନେ ଅଟକାଉଥିବା ଦେଖିବାକୁ ମିଳିଛି।