ବଳଙ୍ଗା ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌, ପୁରୀ ଏସ୍‌ପି ଦେଲେ ବଡ଼ ନିର୍ଦ୍ଦେଶ

ପୁରୀ,୧୭।୮: ପୁରୀ ବଳଙ୍ଗା ଥାନା ଅଧୀନରେ ଜଣେ ପୀଡ଼ିତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଘଟଣାକୁ ନେଇ ପୁରୀ ଏସ୍‌ପି ପୀନାକ ମିଶ୍ର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାର ଭିଡିଓ କିଏ ଓ କାହିଁକି ଭାଇରାଲ୍‌ କଲେ, ତାହାର ଅନୁସନ୍ଧାନ ଚାଲିଛି। ସାଇବର ଟିମ୍‌ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ତଦନ୍ତ କରାଯାଉଛି।

ଏସ୍‌ପି ମିଶ୍ର କହିଛନ୍ତି, ଏଭଳି ଘଟଣାରେ ଭିଡିଓ ଭାଇରାଲ୍‌ କରାଯିବ ଅନୁଚିତ। ପୀଡ଼ିତାଙ୍କ ବୟାନ ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ରହିଛି ଏବଂ ଶୀଘ୍ର କୋର୍ଟକୁ ଅବଗତ କରାଯିବ।