Posted inରାଜ୍ୟ

ବଳଙ୍ଗାରେ ହଲଚଲ: ପୀଡିତାଙ୍କ ଘରେ ତାଲା! ଜଣାପଡିଲା…

ଭୁବନେଶ୍ୱର,୩।୮: ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ନାବାଳିକା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ବଳଙ୍ଗା ଗାଁରେ ଶୋକ ଓ ଭୟର ପରିବେଶ ଖେଳିଯାଇଛି। ଏବେ ପୀଡ଼ିତାଙ୍କ ପରିବାର ଲୋକେ କୁଆଡ଼େ ତାହା କହି ପାରୁନାହାନ୍ତି ଗାଁ ଲୋକେ । ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।

ଅଭିଯୋଗ ଅନୁଯାୟୀ, ଜୁଲାଇ ୧୯ ତାରିଖରେ ନାବାଳିକା ଜଣଙ୍କ ନିଜ ସାଙ୍ଗ ଘରୁ ଫେରୁଥିବା ସମୟରେ ମୋଟରସାଇକେଲରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ଭାରଗାବୀ ନଦୀ କୂଳରେ ଏକ ନିଶ୍ଚିତ ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ନାବାଳିକାଙ୍କ ଶରୀରର ୭୫ ପ୍ରତିଶତରୁ ଅଧିକ ଅଂଶ ଜଳି ଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ପିପିଲି ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଜୁଲାଇ ୨୦ ତାରିଖରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା।

 

ଜୁଲାଇ ୧୯ ଶନିବାର ବଳଙ୍ଗା ନାବାଳିକା ସମିଦା ଖାତୁନ ପୋଡ଼ି ହୋଇ ଗୁରୁତର ହୋଇପଡ଼ିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। କାରଣ ଏହାର ୭ ଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୧୨ ଶନିବାର ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଜଣେ ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଜୁଲାଇ ୧୪ରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ରାଜ୍ୟ ସରକାରଙ୍କୁ ବିରୋଧୀ ବିଜେଡି ଓ କଂଗ୍ରେସ ଘେରିଥିଲେ। ଲୋକଙ୍କ ମଧ୍ୟରେ ଏହି ଘଟଣା ତାଜା ଥିବାବେଳେ ବଳଙ୍ଗା ଅଞ୍ଚଳର ଏହି ନାବାଳିକା ସମିଦାଙ୍କୁ ୩ଜଣ ଦୁର୍ବୃତ୍ତ କିରୋସିନ ଢାଳି ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟରେ ନାରୀ ସୁରକ୍ଷା ଏବଂ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଅଭିଯୋଗ କରିବା ସହ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି।
ଘଟଣା ଦିନ ଅର୍ଥାତ୍‌ ଜୁଲାଇ ୧୯ରେ ବଳଙ୍ଗା ଥାନାରେ ନାବାଳିକା ସମିଦାଙ୍କ ମା’ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଉକ୍ତଦିନ ସକାଳ ୮ଟାରେ ବହି ଦେବା ପାଇଁ ବଡ଼ବାପାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ସମିଦାଙ୍କୁ ଅପହରଣ କରି ତେରହଳ ନିକଟସ୍ଥ ଭାର୍ଗବୀ ନଦୀବନ୍ଧ ତଳକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ପୋଡ଼ି ମାରବାକୁ ଦୁର୍ବୃତ୍ତମାନେ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସମିଦା ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଦୁଃଖିଶ୍ୟାମ ସେନାପତିଙ୍କ ଘର ପାଖରେ ପହଞ୍ଚତ୍ ଚିତ୍କାର କରି ରକ୍ଷା କର ବୋଲି କହିଥିଲେ। ଦୁଃଖିଶ୍ୟାମ ତତ୍‌କ୍ଷଣାତ ତାଙ୍କୁ ଉଦ୍ଧାର କରି ଆଉ ଏକ ଡ୍ରେସ୍‌ ପିନ୍ଧାଇବା ସହିତ ପାଣି ପିଇବାକୁ ଦେଇଥିଲେ। ଏହାସହ ୩ଜଣ ଦୁର୍ବୃତ୍ତ ସମିଦାଙ୍କୁ ଅପହରଣ କରି ମାରିଦେବାକୁ
ଉଦ୍ୟମ କରିଥିବା ବିଷୟରେ ଗଣମାଧ୍ୟମ ଆଗରେ ପ୍ରଥମ କରି ଦୁଃଖିଶ୍ୟାମ ହିଁ କହିଥିଲେ। ଏହାଭିତରେ ସେ ସମିଦାଙ୍କଠାରୁ ଘରର ଠିକଣା ବୁଝି ପରିବାର ଲୋକଙ୍କୁ ଖବର ଦେଇଥିଲେ। କେତେଜଣ ଲୋକ ତତ୍‌କ୍ଷଣାତ ସେଠାରେ ପହଞ୍ଚତ୍ ପୋଲିସକୁ ଖବର ଦେବା ସହ ଆମ୍ବୁଲାନ୍ସ ଡକାଇଥିଲେ। ସମିଦାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଏହି ଘଟଣା ବିରୋଧୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା। ଏଭଳି ଘଟଣା ସରକାରଙ୍କ ପାଇଁ ଅଧିକ ଚିନ୍ତାର ପରିସ୍ଥିତି ସୃଷ୍ଟି କରିଥିବାବେଳେ ତୁରନ୍ତ ପୀଡ଼ିତାଙ୍କ ଚିକିତ୍ସା ପାଇଁ ସରକାରୀ କଳ ସବୁ ପ୍ରକାର ବ୍ୟବସ୍ଥା ଆରମ୍ଭ କରିଦେଇଥିଲା। ଶରୀରର ୭୫% ପୋଡ଼ିଯାଇଥିବା ସମିଦାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ସରକାର ତାଙ୍କୁ ଜୁଲାଇ ୨୦ରେ ଏୟାରଲିଫ୍ଟ ଯୋଗେ ନୂଆଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରିଥିଲେ। ସେଠାରେ ବର୍ନ ୟୁନିଟ୍‌ରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଥିଲା। ୧୫ ଦିନ ଧରି ସମିଦା ମୃତ୍ୟୁ ସହ ସଂଗ୍ରାମ ଚଳାଇଥିବାବେଳେ ତାଙ୍କୁ ବଞ୍ଚାଇବାରେ ଡାକ୍ତରୀ ଦଳ ସକ୍ଷମ ହୋଇପାରି ନାହାନ୍ତି।

ସମିଦାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକପ୍ରକାଶ କରି କହିଛନ୍ତି, ‘ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍‌ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦ୍‌ଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।’ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକପ୍ରକାଶ କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଶୋକପ୍ରକାଶ କରି କହିଛନ୍ତି, ୭ ଦିନ ଭିତରେ ଅଭିଯୁକ୍ତ ଧରା ନ ପଡ଼ିଲେ ଡିଜିପି ଅଫିସ ଘେରିବୁ। ଓଡ଼ିଶାରେ ବଡ଼ ଆନ୍ଦୋଳନ କରିବୁ ସେ ଚେତାବନୀ ଦେଇଛନ୍ତି। ବିଜେଡି ପକ୍ଷରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଖବରଦାତା ସମ୍ମିଳନୀରେ କହିଛନ୍ତି, ମୃତକଙ୍କ ପରିବାରକୁ ୨ କୋଟି ଟଙ୍କା ଦିଆ ନ ଗଲେ ଏବଂ ୭ ଦିନ ମଧ୍ୟରେ ଦୋଷୀ ଧରା ନ ପଡ଼ିଲେ, ଆନ୍ଦୋଳନ ହେବ।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ‘X’ରେ ସୂଚନା ଦିଆଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ‘ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ା’

ନୂଆଦିଲ୍ଲୀରୁ ସମିଦାଙ୍କ ବାପା ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ‘ମୋ ପାଖରେ ଝିଅ ଆଜି ନାହିଁ। ମାନସିକ ଚିନ୍ତା ଯୋଗୁ ସେ ତା’ର ଜୀବନ ନେଇଛି। ତା’ର ମୃତ୍ୟୁକୁ ନେଇ ରାଜନୀତି କରା ନ ଯାଇ ତା’ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ସରକାର ଯାହା ସହଯୋଗ କରିବା କଥା ତାହା କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ଦାବି, ପ୍ରତି ବିଧାନସଭାରେ କମିବ…

ଲକ୍ଷ୍ନୌ,୨୦ା୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି (ସପା) ନିଜର ସଂଗଠନକୁ ମଜବୁତ କରିବା ଆରମ୍ଭ କରିଛି । ଦଳର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ…

ଦୁଇଦିନ ଧରି ଅନୁଷ୍ଠିତ ହେବ ଘୁମୁସର ଗବେଷଣା ପ୍ରତିଷ୍ଠାନର ବାର୍ଷିକ ସମ୍ମିଳନୀ, ଯୋଗ ଦେବେ…

ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଘୁମୁସର ଗବେଷଣା ପ୍ରତିଷ୍ଠାନର କାର୍ଯ୍ୟକାରିଣୀ ବୈଠକ ରବିବାର ଭଞ୍ଜନଗରସ୍ଥିତ ପ୍ରତିଷ୍ଠାନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦୁଇଦିନିଆ ବାର୍ଷିକ ସମ୍ମିଳନୀ ସମେତ…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?