Posted inଜାତୀୟ

ବିକଶିତ-ବିକାଶଶୀଳ ଦେଶ ମଧ୍ୟରେ ମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ, ସିଜେଆଇ…

ନୂଆଦିଲ୍ଲୀ, ୨୧।୬ : ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ଅନ୍ତର୍ଜାତୀୟମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନା ଆହ୍ବାନ ଜଣାଇଛନ୍ତି। ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି।

ବର୍ତ୍ତମାନ ସିଙ୍ଗାପୁର, ଲଣ୍ଡନ, ପ୍ୟାରିସ ଏବଂ ଷ୍ଟକହୋମ ଆଦି ବିକଶିତ ବ୍ୟବସାୟିକ କେନ୍ଦ୍ରରେ ଏହା ଜାରି ରହିଛି। ବିବାଦର ସମାଧାନ ପାଇଁ ଏହାର ଭିତ୍ତିଭୂମି ମଜବୁତ କରୁଥିବା ବିକାଶଶୀଳ ଦେଶମାନଙ୍କରେ ଏଭଳି ପ୍ରସଙ୍ଗର ପ୍ରତିକାର ରହିଛି ବୋଲି ସେ କହିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯଦିଓ ଅଧିକାଂଶ ବିବାଦ ବିକାଶଶୀଳ ଦେଶମାନଙ୍କରେ ଉତ୍ପନ୍ନ ହୁଏ, ସେଠାରେ ଥିବା ଦଳଗୁଡିକ ପ୍ରତିଷ୍ଠିତ ସମାଧାନ କେନ୍ଦ୍ର ଚୟନ କରନ୍ତି। କାରଣ ବିକାଶଶୀଳ ଦେଶଗୁଡ଼ିକର ସମ୍ବଳ ଏବଂ ଭିତ୍ତିଭୂମିର ଅଭାବ ରହିଥାଏ।

ବିକାଶଶୀଳ ଦେଶମାନଙ୍କ ପାଇଁ, ବିବାଦର ସମାଧାନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଆମର ବିବାଦର ସମାଧାନ ସୁବିଧା ଆମର ନିବେଶ ପ୍ରବାହ ସହିତ ମେଳ ହେବା ଆବଶ୍ୟକ। ଆଧୁନିକ ଅନୁଷ୍ଠାନିକ ଆର୍ବିଟ୍ରେଶନ ସେଣ୍ଟର ଗଠନ କରି ଏକ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହିପରି ସଂସ୍ଥାଗୁଡ଼ିକର ପୂର୍ବ-ସ୍ଥାପିତ ନିୟମ ଏବଂ ଢାଞ୍ଚା ନିଶ୍ଚିତତା ତଥା ସ୍ବଚ୍ଛତା ପ୍ରଦାନ କରିଥାଏ ଯାହା ଦ୍ୱାରା ବିବାଦ ସମାଧାନ ପ୍ରଣାଳୀରେ ବିଭିନ୍ନ ପକ୍ଷମାନେ ଉପକୃତ ହୋଇଥାନ୍ତି। ସମଗ୍ର ବିଶ୍ୱରୁ ଆସୁଥିବା ପ୍ୟାନେଲିଷ୍ଟ ଏବଂ ଆର୍ବିଟ୍ରେଟରମାନଙ୍କ ଅଭିଜ୍ଞତାର ବିବିଧତ ଦ୍ୱାରା ପ୍ରଭାବଶାଳୀ ଜ୍ଞାନର ଆଦାନପ୍ରଦାନ ସହଜ ହୋଇଥାଏ।

ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି ଯେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ଅନୁଷ୍ଠାନିକ ଆର୍ବିଟ୍ରେଶନ ସେଣ୍ଟସରଗୁଡ଼ିକର ଏକ ମିଳିତ ପରିଷଦ କିମ୍ବା କନଫେଡେରେଶନ ଗଠନ କରିବା ପାଇଁ ହାତ ମିଳାଇବା ଅପରିହାର୍ଯ୍ୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri