Categories: ଜାତୀୟ

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା

ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ୨୬ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ଆତଙ୍କବାଦୀ ଓ ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିଦିଆଯାଇଥିଲା । ଶୁକ୍ରବାର ଏହି ବାଲାକୋଟ ଷ୍ଟ୍ରାଇକକୁ ୨ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟମାନେ ବାୟୁସେନାର ପରାକ୍ରମକୁ ସଲାମ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ବାଲାକୋଟ ସଫଳତା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟ କରିବାର ଭାରତର ଦୃଢ ଇଚ୍ଛା ଶକ୍ତିର ପରିଚୟ ଦେଇଥିଲା । ସେହିପରି ଶାହା ଟୁଇଟ୍ କରି ଲେଖିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇ ଭାରତ ଆତଙ୍କବାଦୀ ବିରୋଧରେ ନିଜର ନୀତିକୁ ପୁନଃ ସ୍ପଷ୍ଟ କରିଥିଲା । ସେ ପୁଲୱାମା ବୀର ଶହୀଦଙ୍କୁ ସ୍ମରଣ କରିବା ସହ ବାୟୁସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଯବାନଙ୍କ ସୁରକ୍ଷା ସବୁଠାରୁ ଆଗରେ ବୋଲି ଶାହା କହିଛନ୍ତି ।

Share