କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ କମିଶନର ସ୍ପଷ୍ଟ କରିବା ପରେ ଏବଂ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କିସ୍‌ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ସାଂସଦ କହିଛନ୍ତି ଯେ, କିଟ୍‌, କିମ୍ସ, କିସ୍‌ ଯେଉଁ ପୃଷ୍ଠଭୂମିରେ ହୋଇଥିଲା,ଏବେ ଆଉ ତାହା ନାହିଁ। କିସ୍‌ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି । ମାତ୍ର ପିଲାଙ୍କୁ ପାରାଭାଡ଼ି ଭଳି ଥାକ ଥାକ କରି ରଖାଯାଉଛି । ମଣିଷ ପିଲା ରହିଲା ପରି ସେଠାରେ ରହୁ ନାହାନ୍ତି ଛାତ୍ରଛାତ୍ରୀ ।

ପ୍ରଥମେ ଭାବିଥିଲୁ ଗରିବ ଓଡ଼ିଆ ଛାତ୍ରୀଛାତ୍ର ପଢ଼ିବେ ବୋଲି । ମାତ୍ର ଏବେ ବାହାର ପିଲା ଲକ୍ଷ ଲକ୍ଷ ଟଙ୍କା ଦେଇ ପଢ଼ୁଛନ୍ତି । ନେପାଳୀ ଛାତ୍ରୀ ହେଉକି କେନ୍ଦୁଝର ଆଦିବାସୀ ଛାତ୍ର ମୃତ୍ୟୁ ସବୁଠି ଅବହେଳା । ଏକ ଶିକ୍ଷାନୁଷ୍ଠାନ ଲୁଚା ଛପା କାମ କାହିଁକି କରୁଛନ୍ତି । ଅଭିଭାବକ ପିଲାଙ୍କୁ ସେଠାକୁ ପଠାଇବା ପୂର୍ବରୁ ଚିନ୍ତା କରନ୍ତୁ ।ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ଶିକ୍ଷାନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

୯୯.୯୩% ଭୋଟ ପାଇ ପୁଣି କିମ୍‌ ଜଙ୍ଗ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୨୧ା୩: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ…

ସାଉଦି ଆରବରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ…

ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ସୁରକ୍ଷିତ ଜାହାଜ ପରିବହନ କରିଡର ଆରମ୍ଭ କଲା ଇରାନ; ଏହି କରିଡର ଦେଇ ଗଲା ଭାରତୀୟ ଜାହାଜ

ତେହରାନ,୨୧।୩: ଯୁଦ୍ଧକାଳୀନ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ସହଯୋଗୀ ଜାହାଜଗୁଡ଼ିକର ସୁରକ୍ଷିତ ପଥକୁ ସହଜ କରିବା ପାଇଁ ଏକ ‘ନିରାପଦ କରିଡର’ ପ୍ରତିଷ୍ଠା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri