Categories: ଜାତୀୟ

‘ବାଲ୍‌ ସନ୍ୟାସ’ ଆଇନ ସମ୍ମତ, ହାଇକୋର୍ଟଙ୍କ ରାୟ…

ବେଙ୍ଗାଲୁରୁ,୨୯।୯: ଛୋଟ ବୟସରୁ ‘ବାଲ୍‌ ସନ୍ୟାସ’ ହେବା ପରମ୍ପରା ଆଇନ ସମ୍ମତ। ଜଣେ ନାବାଳକ ସନ୍ୟାସ ଗ୍ରହଣ କରିବାକୁ ବିରୋଧ କରାଯାଇ ପାରିବ ନାହିଁ। ଏସମ୍ପର୍କିତ ମାମଲାର ବିଚାର କରି କର୍ନାଟକ ହାଇକୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି। ଏହାକୁ ବିରୋଧ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ହାଇକୋର୍ଟ ମୁଖ୍ୟ ବିଚାରପତି ସତିଶ ଚନ୍ଦ୍ର ଶର୍ମା ଏବଂ ବିଚାରପତି ସଚିନ ଶଙ୍କର ମାଗାଡୁମ୍‌ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।

୧୬ ବର୍ଷ ବୟସ୍କ ଅନିରୁଦ୍ଧ ସରଳାଥ୍ୟ ବାଲ୍‌ ସନ୍ୟାସ ଗ୍ରହଣ କରି ଏବେ ବେଧାବର୍ଦ୍ଧନ ତୀର୍ଥ ଭାବେ ନାମିତ ହୋଇଛନ୍ତି। ସେ ନାବାଳକ ଥିବାରୁ ତାଙ୍କ ସନ୍ୟାସ ନେବାକୁ ବିରୋଧ କରି ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହି ପିଟିଶନକୁ ଖାରଜ କରିଛନ୍ତି।

ସମ୍ପ୍ରତି ବେଧାବର୍ଦ୍ଧନ ତୀର୍ଥ ଉଡୁପିର ଶିରୋର୍‌ ମଠର ପୀଠାଧିପତି ଭାବେ କାର୍ଯ୍ୟ କରୁଛନ୍ତି।

Share