୬ ବର୍ଷରେ ଏତେ ବଦଳିଗଲେଣି ‘ବଜରଙ୍ଗୀ ଭାଇଜାନ୍‌’ର ମୁନ୍ନୀ: ଏହି କାରଣ ପାଇଁ ତାଙ୍କର ମଜାକ୍‌ ଉଡ଼ାଇଲେ ଲୋକେ

୬ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୫ରେ ସଲମାନ୍‌ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନୀ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ଏବେ ବହୁତ ବଡ଼ ହୋଇଯାଇଛନ୍ତି। ତେବେ ସେଇ ଶିଶୁ କଳାକାର ଜଣଙ୍କ ହେଲେ ହର୍ଷାଲୀ ମଲହୋତ୍ରା। ଏବେ ସେ ୧୩ ବର୍ଷର ହୋଇଯାଇଛନ୍ତି। ନିକଟରେ ଏୟାରପୋର୍ଟରେ ତାଙ୍କୁ ମା’ଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଅବସରରେ ସେ ଜିନ୍ସ-ଟି ଶର୍ଟ ଏବଂ ଜ୍ୟାକେଟ୍‌ ପିନ୍ଧିଥିଲେ। ତେବେ କ୍ୟାମେରାକୁ ଦେଖିବା ପରେ ହର୍ଷାଲୀ ପୋଜ୍‌ ଦେଇଥିଲେ। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ତାଙ୍କର ମଜାକ୍‌ ଉଡ଼ାଇବାରେ ଲାଗିଛନ୍ତି। ଜଣେ ବ୍ୟକ୍ତି କମେଣ୍ଟକରି ଲେଖିଛନ୍ତି, ମୁନ୍ନୀଙ୍କ ମୁହଁରେ ପାଉଡର ଟିକେ ଅଧିକ ହୋଇଯାଇଛି। ସେହିପରି ଅନ୍ୟଜଣେ କହିଛନ୍ତି, ମୁନ୍ନୀ ଚାଲିବା ସମୟରେ ପଣ୍ଡସ୍‌ ପାଉଡର୍‌ର ବିଜ୍ଞାପନ କରୁଛନ୍ତି।

Share