Categories: ଖେଳ

ବଜରଙ୍ଗଙ୍କୁ ଦିଲ୍ଲୀ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫ା୯(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ୍‌(ଡବ୍ଲ୍ୟୁଏଫ୍‌ଆଇ) ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂ ଯୌନ ଶୋଷଣ ମାମଲାରେ ବଜରଙ୍ଗ ପୁନିଆଙ୍କୁ ଆଶ୍ୱସ୍ତି। କୋଚ୍‌ ନରେଶ ଦହିୟାଙ୍କ ପକ୍ଷରୁ ଆଗତ ମାନହାନି ମୋକଦ୍ଦମାରେ ବ୍ୟକ୍ତିଗତ ହାଜିରାରୁ କୋର୍ଟ ପୁନିଆଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଗୁରୁବାର ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ୟଶଦୀପ୍‌ ଚହଲ ଏହି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପୁନିଆ କିର୍ଗିଜସ୍ତାନରେ ଅଭ୍ୟାସ କରିବା ପାଇଁ ଅନୁମତି ମାଗିଥିବା ବେଳେ ତାଙ୍କୁ ଆଶ୍ୱସ୍ତି ମିଳିଛି। ଏହା ପୂର୍ବରୁ ସେପ୍ଟେମ୍ବର ୬ ତାରିଖରେ ଶାରୀରିକ ଅସୁସ୍ଥତା କାରଣରୁ ପୁନିଆଙ୍କୁ ହାଜିରାରୁ ଆଶ୍ୱସ୍ତି ମିଳିଥିଲା। ମେ ୧୦ ତାରିଖରେ ଏକ ଖବରଦାତା ସମ୍ମିଳନୀରେ ବଜରଙ୍ଗ ଓ ଅନ୍ୟ ରେସଲର ମାନେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ଦେଇଥିବା ବୟାନକୁ ନେଇ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ ନରେଶ ଦହିୟା। ଉଲ୍ଲେଖଯୋଗ୍ୟ ଯେ, ବ୍ରିଜ୍‌ଭୂଷଣଙ୍କ ସହିତ ମିଶି ନରେଶ ମଧ୍ୟ ମହିଳା ଖେଳାଳିଙ୍କୁ ଯୌନ ଶୋଷଣ କରିଛନ୍ତି ବୋଲି ବଜରଙ୍ଗ ଓ ଅନ୍ୟ ରେସ୍‌ଲର ମାନେ ଅଭିଯୋଗ ଆଣିଥିଲେ।

Share