Categories: ଜାତୀୟ

ବଜରଙ୍ଗ ଦଳର କର୍ମୀଙ୍କୁ ହତ୍ୟା

ଉଦୟପୁର, ୭।୨: ରାଜସ୍ଥାନର ଉଦୟପୁରରରେ ଏକ ଅଭାବନୀୟ ଘଟଣା ଘଟିଛି। ହିନ୍ଦୁବାଦୀ ସଂଗଠନ ବଜରଙ୍ଗ ଦଳର ଜଣେ ଅଧିକାରୀ ରାଜୁ ପରମାରଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ଅତି ନିକଟରୁ ତାଙ୍କ ମୁଣ୍ଡରେ ୩ଟି ଗୁଳି ଚଳାଇଥିଲେ। ଏହି କାରଣରୁ ରାଜୁ ପରମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ରାଜୁ ପରମାର ଅମ୍ବାଟା ପୋଲିସ ଷ୍ଟେଶନ ଅଞ୍ଚଳର ବାସିନ୍ଦା ଥିଲେ ଏବଂ ଜମି ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ବିବାଦୀୟ ଥିଲେ। ଜମି ବିବାଦ ହେତୁ ରାଜୁ ପରମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।
ଅମ୍ବାଟା ପୋଲିସ ଷ୍ଟେଶନ ପରିସରର ରାମପୁରା ଛକ ନିକଟରେ ଥିବା ଏକଲିଙ୍ଗ ନାଥ ଗାର୍ଡେନ ନିକଟ ଦୋକାନରୁ ରାଜୁ ପରମାରଙ୍କୁ ଡକାଯାଇଥିଲା ଏବଂ ଅତି ନିକଟରୁ ତାଙ୍କ ମୁଣ୍ଡରେ ୩ଥର ଗୁଳି ବାଜିଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ସବୁଆଡେ ରକ୍ତ ଛିଞ୍ଚି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ସମ୍ପର୍କୀୟ ତଥା ଅନ୍ୟ ବ୍ୟକ୍ତିମାନେ ରାଜୁଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସର ଘଟଣାର ତଦନ୍ତର ଆରମ୍ଭ କରିଛି।

Share