Categories: ଜାତୀୟ

ବୁଧବାର କର୍ନାଟକ ବନ୍ଦ

ବେଙ୍ଗାଲୁରୁ,୨୨ ।୨: ସାଂପ୍ରଦୟିକ ଭାବେ ସମ୍ବେଦନଶୀଳ କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳ କର୍ମୀ ହର୍ଷଙ୍କ ହତ୍ୟା ପରେ ସେଠାରେ ଉତ୍ତେଜନା ଲାଗି ରହିଛି । ତାଙ୍କର ଶବଯାତ୍ରା ସମୟରେ ଲୋକଙ୍କ ରାଗ ବଢିଯିବାରୁ ପଥରମାଡ କରାଯାଇଥିଲା । ଫଳରେ ଜଣେ ମହିଳା ପୋଲିସ ଓ ଫଟୋ ଖବରଦାତା ଆହତ ହୋଇଯିବାରୁ ସହରରେ ୧୪୪ ଧାରା ଜାରି କରାଯାଇଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ସୋମବାର ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଥିଲା । ବଜରଙ୍ଗ ଦଳ ପକ୍ଷରୁ ଏହି ହତ୍ୟାକାଣ୍ଡକୁ ବିରୋଧ କରି ୨୩ ଫେବୃୟାରୀ ଅର୍ଥାତ୍ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ, ବଜରଙ୍ଗ ଦଳର କର୍ମୀ ହର୍ଷ ହିଜାବକୁ ବିରୋଧ କରିବାକୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏହି ମାମଲରେ ସୋମବାର ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଯାଞ୍ଚ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କର୍ନାଟକର ଗୃହମନ୍ତ୍ରୀ କହିଛନ୍ତି ।

Share