ସହର ଭିତରେ ବଜ୍ରକାପ୍ତା ବିଚରଣ

ଭୁବନେଶ୍ୱର, ୯ା୮(ବ୍ୟୁରୋ):ଭୁବନେଶ୍ୱର କଲୋନୀରେ ବୁଲୁଛନ୍ତି ବଜ୍ରକାପ୍ତା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀରେ ଏକ ବଜ୍ରକାପ୍ତା ଶନିବାର ରାତି ପ୍ରାୟ ୧୧ଟାରେ ବୁଲୁଥିବାବେଳେ ଅମିତ ରଞ୍ଜନ ଦାସ ତାକୁ ଧରି ଘରେ ରଖିଥିଲେ। ଖବର ପାଇ ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ୍‌ର ଏକ ଟିମ୍‌ ସୋମବାର ସକାଳେ ଅମିତଙ୍କ ଘରେ ପହଞ୍ଚତ୍ ଉଦ୍ଧାର କରିଛି। ନଗର ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଉକ୍ତ ଟିମରେ ଫରେଷ୍ଟର ରାଧାକାନ୍ତ ହୋତା ଓ ଧ୍ୟାନ ଟୁଡୁ ଏବଂ ଫରେଷ୍ଟ ଗାର୍ଡ ରଞ୍ଜନ କୁମାର ନାୟକ ଓ ଭାସ୍କର ମହାରଣା ଓ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସାମିଲ ଥିଲେ। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ଅଣ୍ଡିରା। ଏହାର ଓଜନ ୧କିଲୋ ୩୦୦ଗ୍ରାମ ହୋଇଥିବାବେଳେ ଆନୁମାନିକ ବୟସ ୭ବର୍ଷ ହେବ ବୋଲି ବନ ବିନବିଭାଗ ପକ୍ଷରୁ କୁହାଯାଇଛି।
ସହର ଭିତରେ ବଜ୍ରକାପ୍ତା ବିଚରଣ କରିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ଏଠାକୁ ବଜ୍ରକାପ୍ତା କିଭଳି ଆସିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଘଟଣାସ୍ଥଳରେ ତଦନ୍ତବେଳେ କିଛି ତଥ୍ୟ ସାମ୍ନାକୁ ଆସିଛି। ଅମିତଙ୍କ ଘର ପଛପଟେ ଖାଲି ପଡ଼ିଥିବା ଏକ ପ୍ଲଟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଶନିବାର ରାତିରେ ଅମିତଙ୍କ ଘର ପଛପଟେ ନିର୍ମାଣ ହେଉଥିବା ଡ୍ରେନ ପାଣିରେ ବୁଡ଼ି ଯାଇଥିଲା, ସେହି ସମୟରେ ବଜ୍ରକାପ୍ତାଟି ରାସ୍ତାକୁ ଚାଲି ଆସିଥାଇପାରନ୍ତି ବୋଲି ଅମିତ କହିଛନ୍ତି। ତେଣୁ ସୋମବାର ଉକ୍ତ ଡ୍ରେନ୍‌କୁ ଶୁଖାଇ ଦିଆଯାଇଥିଲା। ସେଠାରେ ଅନୁଧ୍ୟାନ ବେଳେ କାଦୁଅ ସ୍ତର ଉପରେ ବହୁ ବଜ୍ରକାପ୍ତା ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଲା। ସେହି ପାଦ ଚିହ୍ନଗୁଡ଼ିକ ଉଭୟ ବଡ଼ ଓ ସାନ ଥିବାରୁ ସମ୍ଭବତଃ ମା’ ଛୁଆ ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଉଦ୍ଧାର ବଜ୍ରକାପ୍ତା ଡ୍ରମ ଭିତରେ ଦୁଇଦିନ ହେଲା ଆବଦ୍ଧ ଥିବାରୁ ଡ୍ରେନ ଭିତରେ ପଡ଼ିଥିବା ଅସଂଖ୍ୟ ପାଦଚିହ୍ନ ନିଶ୍ଚିତ ଭାବରେ ଅନ୍ୟ ବଜ୍ରକାପ୍ତାଙ୍କର ବୋଲି ବନ ବିଭାଗ ନିଶ୍ଚିତ ହୋଇଛି। ଅଧିକ ବଜ୍ରକାପ୍ତା ଥିବା ପ୍ରମାଣ ମିଳିବାରୁ ନଗର ବନଖଣ୍ଡ ଏସିଏଫ ବିଜୟ କୁମାର ପରିଡ଼ା, ନନ୍ଦନକାନନ ବଜ୍ରକାପ୍ତା ବ୍ରିଡିଂ ସେଣ୍ଟରର ରିସର୍ଚ୍ଚ ସ୍କଲାର ଜ୍ୟୋତି ରଞ୍ଜନ ମିଶ୍ର ଘଟଣା ସ୍ଥଳକୁ ଯାଇଥିଲେ। ନିର୍ମାଣ କାମ କରୁଥିବା ସଂସ୍ଥାର ଜଣେ କର୍ମଚାରୀ ସୁନିଲ କୁମାର ପଣ୍ଡା କହିଛନ୍ତି, ଗତ ୫ ତାରିଖ ରାତିରେ ଦୁଇଟି ବଜ୍ରକାପ୍ତା ଏକାଠି ବୁଲୁଥିବା ଦଖିବାକୁ ପାଇଥିଲେ। ସୋମବାର ସନ୍ଧ୍ୟାରୁ ଭୁବନେଶ୍ବର ରେଞ୍ଜ ତରଫରୁ ସେହି ସ୍ଥାନରେ କର୍ମଚାରୀ ମୁତୟନ କରାଯିବା ସହିତ ପାଟ୍ରୋଲିଂ ମଧ୍ୟ କରାଯାଇଛି। ସେପଟେ ଉଦ୍ଧାର ବଜ୍ରକାପ୍ତା ସାମାନ୍ୟ ଆହତ ହୋଇଥିବାରୁ ତାକୁ ଓୟୁଏଟି ଭେଟେରିନାରି କଲେଜରେ ସେଣ୍ଟ୍ରାଲ କ୍ଲିନିକକୁ ଚିକିତ୍ସା ପାଇଁ ନିଆଯାଇଥିଲା। କ୍ଲିନିକର ନିର୍ଦ୍ଦେଶକ ଡା. ନିରଞ୍ଜନ ସାହୁ ବଜ୍ରକାପ୍ତାଟିର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri