ସହର ଭିତରେ ବଜ୍ରକାପ୍ତା ବିଚରଣ

ଭୁବନେଶ୍ୱର, ୯ା୮(ବ୍ୟୁରୋ):ଭୁବନେଶ୍ୱର କଲୋନୀରେ ବୁଲୁଛନ୍ତି ବଜ୍ରକାପ୍ତା। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଆଦିମାତା କଲୋନୀରେ ଏକ ବଜ୍ରକାପ୍ତା ଶନିବାର ରାତି ପ୍ରାୟ ୧୧ଟାରେ ବୁଲୁଥିବାବେଳେ ଅମିତ ରଞ୍ଜନ ଦାସ ତାକୁ ଧରି ଘରେ ରଖିଥିଲେ। ଖବର ପାଇ ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ୍‌ର ଏକ ଟିମ୍‌ ସୋମବାର ସକାଳେ ଅମିତଙ୍କ ଘରେ ପହଞ୍ଚତ୍ ଉଦ୍ଧାର କରିଛି। ନଗର ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଉକ୍ତ ଟିମରେ ଫରେଷ୍ଟର ରାଧାକାନ୍ତ ହୋତା ଓ ଧ୍ୟାନ ଟୁଡୁ ଏବଂ ଫରେଷ୍ଟ ଗାର୍ଡ ରଞ୍ଜନ କୁମାର ନାୟକ ଓ ଭାସ୍କର ମହାରଣା ଓ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ସାମିଲ ଥିଲେ। ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟି ଅଣ୍ଡିରା। ଏହାର ଓଜନ ୧କିଲୋ ୩୦୦ଗ୍ରାମ ହୋଇଥିବାବେଳେ ଆନୁମାନିକ ବୟସ ୭ବର୍ଷ ହେବ ବୋଲି ବନ ବିନବିଭାଗ ପକ୍ଷରୁ କୁହାଯାଇଛି।
ସହର ଭିତରେ ବଜ୍ରକାପ୍ତା ବିଚରଣ କରିବା ଘଟଣା ପ୍ରଥମ ବୋଲି କୁହାଯାଉଛି। ଏଠାକୁ ବଜ୍ରକାପ୍ତା କିଭଳି ଆସିଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଘଟଣାସ୍ଥଳରେ ତଦନ୍ତବେଳେ କିଛି ତଥ୍ୟ ସାମ୍ନାକୁ ଆସିଛି। ଅମିତଙ୍କ ଘର ପଛପଟେ ଖାଲି ପଡ଼ିଥିବା ଏକ ପ୍ଲଟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଶନିବାର ରାତିରେ ଅମିତଙ୍କ ଘର ପଛପଟେ ନିର୍ମାଣ ହେଉଥିବା ଡ୍ରେନ ପାଣିରେ ବୁଡ଼ି ଯାଇଥିଲା, ସେହି ସମୟରେ ବଜ୍ରକାପ୍ତାଟି ରାସ୍ତାକୁ ଚାଲି ଆସିଥାଇପାରନ୍ତି ବୋଲି ଅମିତ କହିଛନ୍ତି। ତେଣୁ ସୋମବାର ଉକ୍ତ ଡ୍ରେନ୍‌କୁ ଶୁଖାଇ ଦିଆଯାଇଥିଲା। ସେଠାରେ ଅନୁଧ୍ୟାନ ବେଳେ କାଦୁଅ ସ୍ତର ଉପରେ ବହୁ ବଜ୍ରକାପ୍ତା ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଲା। ସେହି ପାଦ ଚିହ୍ନଗୁଡ଼ିକ ଉଭୟ ବଡ଼ ଓ ସାନ ଥିବାରୁ ସମ୍ଭବତଃ ମା’ ଛୁଆ ଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଉଦ୍ଧାର ବଜ୍ରକାପ୍ତା ଡ୍ରମ ଭିତରେ ଦୁଇଦିନ ହେଲା ଆବଦ୍ଧ ଥିବାରୁ ଡ୍ରେନ ଭିତରେ ପଡ଼ିଥିବା ଅସଂଖ୍ୟ ପାଦଚିହ୍ନ ନିଶ୍ଚିତ ଭାବରେ ଅନ୍ୟ ବଜ୍ରକାପ୍ତାଙ୍କର ବୋଲି ବନ ବିଭାଗ ନିଶ୍ଚିତ ହୋଇଛି। ଅଧିକ ବଜ୍ରକାପ୍ତା ଥିବା ପ୍ରମାଣ ମିଳିବାରୁ ନଗର ବନଖଣ୍ଡ ଏସିଏଫ ବିଜୟ କୁମାର ପରିଡ଼ା, ନନ୍ଦନକାନନ ବଜ୍ରକାପ୍ତା ବ୍ରିଡିଂ ସେଣ୍ଟରର ରିସର୍ଚ୍ଚ ସ୍କଲାର ଜ୍ୟୋତି ରଞ୍ଜନ ମିଶ୍ର ଘଟଣା ସ୍ଥଳକୁ ଯାଇଥିଲେ। ନିର୍ମାଣ କାମ କରୁଥିବା ସଂସ୍ଥାର ଜଣେ କର୍ମଚାରୀ ସୁନିଲ କୁମାର ପଣ୍ଡା କହିଛନ୍ତି, ଗତ ୫ ତାରିଖ ରାତିରେ ଦୁଇଟି ବଜ୍ରକାପ୍ତା ଏକାଠି ବୁଲୁଥିବା ଦଖିବାକୁ ପାଇଥିଲେ। ସୋମବାର ସନ୍ଧ୍ୟାରୁ ଭୁବନେଶ୍ବର ରେଞ୍ଜ ତରଫରୁ ସେହି ସ୍ଥାନରେ କର୍ମଚାରୀ ମୁତୟନ କରାଯିବା ସହିତ ପାଟ୍ରୋଲିଂ ମଧ୍ୟ କରାଯାଇଛି। ସେପଟେ ଉଦ୍ଧାର ବଜ୍ରକାପ୍ତା ସାମାନ୍ୟ ଆହତ ହୋଇଥିବାରୁ ତାକୁ ଓୟୁଏଟି ଭେଟେରିନାରି କଲେଜରେ ସେଣ୍ଟ୍ରାଲ କ୍ଲିନିକକୁ ଚିକିତ୍ସା ପାଇଁ ନିଆଯାଇଥିଲା। କ୍ଲିନିକର ନିର୍ଦ୍ଦେଶକ ଡା. ନିରଞ୍ଜନ ସାହୁ ବଜ୍ରକାପ୍ତାଟିର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri