ବିଜେଡିରୁ ବାଣୀକଲ୍ୟାଣ ମହାନ୍ତି ନିଲମ୍ବିତ

ଭୁବନେଶ୍ୱର/ପଦ୍ମପୁର (ବ୍ୟୁରୋ/ଡି.ଏନ୍‌.ଏ.),୨୫।୯: ଯୁବ ବିଜେଡି ସାଧାରଣ ସମ୍ପାଦକ ପଦରୁ ବାଣୀକଲ୍ୟାଣ ମହାନ୍ତିଙ୍କୁ ଶନିବାର ନିଲମ୍ବିତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ତଥା ବଲାଙ୍ଗୀର ପର୍ଯ୍ୟବେକ୍ଷକ ବାଣୀକଲ୍ୟାଣ କିଛିଦିନ ତଳେ ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଓ ଏମ୍‌ପିଙ୍କୁ ଦେଖିବାକୁ ମିଳି ନ ଥିଲା। ତେବେ ଏହି ସମୟରେ ସେ ଦଳବିରୋଧୀ କାର୍ଯ୍ୟ କରିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବାଣୀକଲ୍ୟାଣଙ୍କ ଘର ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ।