ବିପଦରେ ବୈତରଣୀ ସେତୁ

ଆନନ୍ଦପୁର,୨୯।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ବୈତରଣୀ ନଦୀ ସେତୁ ପୁଣି ବିପଦରେ। ୩ଟି ସ୍ପାନ ଦବିବା ଯୋଗୁ ଏହାର ସ୍ଥାୟିତ୍ୱ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ୨୦୧୮ ଜୁଲାଇ ୬ ତାରିଖରେ ସେତୁର ଗୋଟିଏ ପିଲାରରୁ ଏକ ବେରିଂ ଖସିପଡିଥିଲା। ୨୦୧୯ ଜୁଲାଇ ୧୨ରେ ୩୯ ଲକ୍ଷ ବ୍ୟୟ ଅଟକଳରେ ଏହାର ମରାମତି କରାଯାଇଥିଲା। ପୁନର୍ବାର ସେତୁର ସ୍ପାନ ଦବିବା ଘଟଣା ଜଣାପଡିବା ପରେ ଆନନ୍ଦପୁର ପୂର୍ତ୍ତ ବିଭାଗ ଉଦ୍ୟମରେ ଏକ ଟେକ୍ନିକାଲ ଟିମ୍‌ ଅନୁଧ୍ୟାନ କରି ସେତୁ ବିପଦସଙ୍କୁଳ ଥିବା ସତର୍କ କରାଇଛନ୍ତି। ତେବେ ଅଧିକ ଦବି ଥିବା ଏକ ସ୍ପାନକୁ ସୁରକ୍ଷା ଦେବା ଲାଗି ବିଭାଗ ପକ୍ଷରୁ କାଠଗୋଲା ଦିଆଯାଇ ଗତ ବୁଧବାର ମରାମତି କରାଯାଇଛି। ଏହାସହିତ ଅନ୍ୟ ବିପଦସଙ୍କୁଳ ସ୍ଥାନକୁ ମରାମତି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେତୁରେ ଲାଗିଥିବା ଅଧିକାଂଶ ସ୍ପାନର ଲମ୍ବ ୫୭ମିଟର। ଭାରିଯାନ ଚଳାଚଳ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ଅଧିକାରୀ କହିଛନ୍ତି। ତେବେ ସ୍ଥାନୀୟ ପ୍ରଶାସନ ଏବଂ ଜିଲାପାଳଙ୍କ ସହିତ ଆଲୋଚନା ପରେ ସେତୁର ଉଭୟପାର୍ଶ୍ୱରେ ଭାରିଯାନ ଚଳାଚଳ ଦିଗରେ ରୋକ୍‌ ଲଗାଇବା ପାଇଁ ସୂଚନାଫଳକ ଲଗାଯାଇଛି। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଭାରିଯାନ ଚଳାଚଳ ଦିଗରେ ରୋକ୍‌ ନ ଲଗାଇଲେ ସେତୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପୁନର୍ବାର ଆକଳନ କରାଯାଇ ସେତୁର ସମ୍ପୂର୍ଣ୍ଣ ମରାମତି କରାଯିବାକୁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁ ସେତୁ ବିପଦସଙ୍କୁଳ ହୋଇପଡୁଛି। ଏଣୁ ଏକ ବିକଳ୍ପ ସେତୁ ନିର୍ମାଣ ନିମନ୍ତେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି। ୫୩ ନଂ.ରାଜ୍ୟ ରାଜପଥ ଏବଂ ୨୦ନଂ. ଜାତୀୟ ରାଜପଥକୁ ଯୋଗାଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି ସେତୁରେ ବାରମ୍ବାର ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବା ଦୁର୍ଭାଗ୍ୟଜନକ। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିକଳ୍ପ ଭାବେ ନୂତନ ସେତୁର ବ୍ୟବସ୍ଥା ଗ୍ରହଣ କରିବା ଏକମାତ୍ର ବିକଳ୍ପ ବୋଲି ସାମାଜିକ କର୍ମୀ ବୁଲୁ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri