Posted inଖେଳ

୧୩୬,୧୬୨,୧୦୬ ଆଉ ପୁଣି ଥରେ…

ବର୍ମିଂହାମ,୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏଜବାଷ୍ଟନ ଟେଷ୍ଟର ୫ମ ଦିନରେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ବିଜେତା କରାଇଛନ୍ତି। ଫଳରେ ସିରିଜ ଡ୍ର ହୋଇଛି। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ୩୭୮ ରନ୍‌ର ବଡ଼ ଲକ୍ଷ୍ୟକୁ ପିଛା କରି ରୁଟ୍‌ ତାଙ୍କ କ୍ୟାରିୟରର ୨୮ ତମ ଶତକ ମାରିଥିଲେ। ସେହିଭଳି କ୍ରମାଗତ ଭାବେ ଶତକ ହାସଲ କରିଥିଲେ ବେୟାରଷ୍ଟୋ। ଏହା ତାଙ୍କ କ୍ୟାରିୟରର ଦ୍ୱାଦଶ ଶତକ ଥିଲା।

ମ୍ୟାଚ୍‌ର ପ୍ରଥମ ଇନିଂସରେ ବେୟାରଷ୍ଟୋ ୧୦୬ ରନ୍‌ କରିଥିଲା। ଏହି ଶତକ ବଳରେ ଇଂଲଣ୍ଡ ୨୮୪ ରନ୍‌ କରିପାରିଥିଲା। ହେଲେ ଅନ୍ତିମ ଇନିଂସରେ ଦଳକୁ ୩୭୮ ରନ୍‌ର ବିଶାଳ ଟାର୍ଗେଟ ମିଳିଥିଲା। ପ୍ରଥମେ ଏହା ଅସମ୍ଭବ ବୋଲି ଲାଗୁଥିଲେ ହେଁ ବେୟାରଷ୍ଟୋ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରି ଜୋ ରୁଟ୍‌ଙ୍କ ସହ ଭାଗିଦାରୀରେ ଇତିସ ରଚିଥିଲେ।

ବେୟାରଷ୍ଟୋ ୧୪୫ ବଲ୍‌ରେ ଅପରାଜିତ ୧୧୪ ରନ୍‌ କରିଥିଲେ। ଏଥିସହ ସେ କ୍ରମାଗତ ଭାବେ ତିନୋଟି ଟେଷ୍ଟରେ ନିଜ ପ୍ରଦର୍ଶନ ଯୋଗୁ ଟେଷ୍ଟରେ ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ତିନୋଟି ମ୍ୟାଚ୍‌ରେ ୪ ଶତକ ଏବଂ ୧ ଅର୍ଦ୍ଧଶତକ ହାସଲ କରିଛନ୍ତି।

୧- ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ନଟିଂହାମ ଟେଷ୍ଟ: ୮ ରନ୍‌ ଏବଂ ୧୩୬ ରନ୍‌
୨.ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟ: ୧୬୨ ରନ୍‌ ଏବଂ ୭୧ ରନ୍‌(ଅପରାଜିତ)
୩- ଭାରତ ବିପକ୍ଷ ଏଜବାଷ୍ଟନ ଟେଷ୍ଟ: ୧୦୬ ରନ୍‌ ଏବଂ ୧୧୪ ରନ୍‌(ଅପରାଜିତ)

ପ୍ରକାଶ ଯେ, ବେୟାରଷ୍ଟୋ ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ନୂଆ ଅଧିନାୟକ ତଥା ଇଂଲଣ୍ଡର କିମ୍ବଦନ୍ତୀ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦେଇଥିଲେ। ଏଯାବତ ଟେଷ୍ଟ କ୍ରିକେଟରେ ୮୩ ମ୍ୟାଚ୍‌ରେ ୫୨୮୦ ରନ୍‌ କରିଥିବା ବେଳେ ବେୟାରଷ୍ଟୋ ୮୭ ମ୍ୟାଚ୍‌ରେ ୫୪୧୫ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri