ବୈରୀ ଡାଳିଯୋଡ଼ା ବନାଞ୍ଚଳ: ୧୦ ବର୍ଷରେ ୯ ହାତୀଙ୍କ ମୃତ୍ୟୁ

ଚଣ୍ଡିଖୋଲ,୨୧ା୭ (ଡି.ଏନ.ଏ.): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳରେ ଦିନକୁ ଦିନ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏଥିସହିତ ସେମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀ ଜନବସତିକୁ ଚାଲି ଆସୁଛନ୍ତି। ତେବେ କେବଳ ଜଙ୍ଗଲ କ୍ଷୟ ନୁହେଁ ପ୍ରାଣୀ ଶିକାର, ଜଙ୍ଗଲରେ ବେଆଇନ ଭାବେ ମେଶିନ ଲଗାଇ ଲଘୁ ଖଣିଜ ଲୁଟ୍‌ କରିବା, ଜଙ୍ଗଲ ନିକଟରେ ଶିଳ୍ପ ସଂସ୍ଥା ଗଢ଼ି ଉଠିବା ଯୋଗୁ ବନ୍ୟପ୍ରାଣୀଙ୍କ ଚଳାଚଳରେ ବ୍ୟାଘାତ ଦେଖାଦେଇଛି। ଉପରୋକ୍ତ କାରଣ ପାଇଁ ଦିନକୁ ଦିନ ଏହି ବନାଞ୍ଚଳରେ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା କୁହାଯାଉଛି। ଏହି ବନାଞ୍ଚଳରେ ବିଗତ ୧୦ ବର୍ଷରେ ବିଭିନ୍ନ କାରଣରୁ ୯ ହାତୀଙ୍କ ମୃତ୍ୟୁ ହୋଇଛି। ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ଆକ୍ରମଣରେ ୧୪ ଲୋକଙ୍କ ଜୀବନ ଯାଇଛି। ସେହିପରି ଅନେକ ସଂଖ୍ୟାରେ ଖୁରାଣ୍ଟ, ଶମ୍ବର, ବାର୍‌ହା, ହରିଣ ଓ କୁଟୁରା ଆଦି ଶିକାରୀଙ୍କ ଦ୍ୱାରା ଓ ଜନବସତି ଆଡ଼କୁ ଆସି ମୃତ୍ୟୁକୁ ଆପଣେଇଛନ୍ତି। ମାତ୍ର ଏଦିଗରେ ବନ ବିଭାଗ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଉଥିବା ନଜିର ନାହଁି। ଦୀର୍ଘ ବର୍ଷ ହେବ ଶିକାରୀ ହରିଣ ଓ ଖୁାରଣ୍ଟିକୁ ମାଂସ ଲୋଭରେ ଶିକାର କରୁଛନ୍ତି। ଯଦିଓ ବନ ବିଭାଗ ପକ୍ଷରୁ କେତେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ମାତ୍ର ବନ୍ୟପ୍ରାଣୀ ଶିକାର ଉପରେ ରୋକ ଲଗାଇବାରେ ଏହା ଯଥେଷ୍ଟ ନୁହେଁ ବୋଲି ପରିବେଶବିତ କହିଛନ୍ତି। ଏହି ବନାଞ୍ଚଳର ବିଭିନ୍ନ ସଂରକ୍ଷିତ ଓ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଆଇନ ଲଘୁଖଣିଜ ଖାଦାନ ବନ୍ୟପ୍ରାଣୀ ମୃତ୍ୟୁର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହେଉଛି।

ସୂଚନା ଥାଉକି, ଏହି ବନାଞ୍ଚଳରେ ୨୪୭୩ ହେକ୍ଟରରେ ଦୁଇଟି ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ୮୪୭୮ ହେକ୍ଟର ପରିମିତ ୧୯ ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ୧୯ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲର ୮୪୭୮ ହେକ୍ଟର ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲରେ ପରିଣତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶନକୁ ପ୍ରାୟ ୫୦ ବର୍ଷ ବିତିଯାଇଛି। ମାତ୍ର ଆଜି ଯାଏ ଏହାକୁ ସଂରକ୍ଷିତ ଜଙ୍ଗଲରେ ପରିଣତ କରିବାକୁ କୌଣସି ପଦକ୍ଷେପ ନିଆଯାଇ ନାହଁି। ସଂରକ୍ଷିତ ଜଙ୍ଗଲରେ ପରିଣତ ହୋଇଥିଲେ ଏହି ସବୁ ଜଙ୍ଗଲରେ ଅଧିକ କଟକଣା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା, ଜଙ୍ଗଲ ସୁରକ୍ଷା ଆଦି ଉପରେ ଗୁରୁତ୍ୱ ଦିଆଯାଇପାରନ୍ତା। ତେବେ ଜଙ୍ଗଲ ଓ ରାଜସ୍ବ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ପାଇଁ ତାହା କାର୍ଯ୍ୟକାରୀ ହୋଇପାରିନାହଁି। ଏହି ୧୯ ଜଙ୍ଗଲକୁ ଜଙ୍ଗଲ ଆଇନ ଧାରା୪(୧)ରେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରାଯାଇଥିଲା। ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ପୂର୍ବରୁ ଶମ୍ବର, ହରିଣ, ଭାଲୁ, ଖୁରାଣ୍ଟି ଓ ହେଟାବାଘ ଆଦି ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ଢେର ଅଧିକ ରହିଥିଲା। ହେଲେ ଏବେ ଶମ୍ବର, ହରିଣ ଓ ଭାଲୁଙ୍କ ସଂଖ୍ୟା ଆଉ ଆଗଭଳି ନାହଁି। ବନ ବିଭାଗ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା କୁହାଯାଉଛି। ବଡ଼ଚଣାର ପଶ୍ଚିମାଞ୍ଚଳରେ ଅନେକ ହାତୀ ଚଲାପଥ ରହିଛି, ଯାହା ପାଇଁ ବୈରୀ ରାସ୍ତାରେ ଜଙ୍ଗଲ ବିଭାଗ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ କେତେକ ଶିଳ୍ପସଂସ୍ଥା ଓ ଲଘୁ ଖଣିଜ ମାଫିଆ ମାନୁନାହାନ୍ତି। ପ୍ରତ୍ୟେକ ରାତିରେ ବହୁସଂଖ୍ୟାରେ ଭାରିଯାନ ଚଳାଚଳ କରୁଛି, ଯାହାକୁ ନିଜେ ଜଙ୍ଗଲ ବିଭାଗ ସ୍ବୀକାର କରିଛି। ମାତ୍ର ସ୍ଥାନୀୟ ଅଧିକାରୀ ଘଟଣାକୁ ଅସ୍ବୀକାର କରିଛନ୍ତି। ତେବେ ଏହି ରାସ୍ତାରେ ପ୍ରତ୍ୟେକ ରାତିରେ ଶହ ଶହ ଶିଳ୍ପ ସଂସ୍ଥାର ଭାରିଯାନ ଓ ବେଆଇନ ଲଘୁ ଖଣିଜ ପରିବହନ ହେଉଥିବା ସ୍ଥାନୀୟ ଲୋକେ ମଧ୍ୟ କହିଛନ୍ତି। ଏଦିଗରେ ବନ ବିଭାଗ ଓ ସ୍ଥାନୀୟ ପୋଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବୈରୀ ରେଞ୍ଜର ଅଭିରାମ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି କରାଯାଉ ନାହଁି। ଯେଉଁଠି ଅଭିଯୋଗ ଆସୁଛି ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri