ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ

କାମାକ୍ଷାନଗର, ୨୦।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ ସାନପୁଅ ବୈକୁଣ୍ଠ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ। ଦୀର୍ଘ ୮ ମାସର ଚିକିତ୍ସା ମଧ୍ୟରେ ବୈକୁଣ୍ଠ ହରାଇଛନ୍ତି ଦୁଇ ହାତ ଏବଂ ଡାହାଣ ଗୋଡ଼। ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏକାଧିକ ଛେଟବଡ଼ ଅସ୍ତ୍ରୋପଚାର ହୋଇସାରିଲାଣି। ଚିକିତ୍ସାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇସାରିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ, ଯାହାକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ସ୍ବଳ୍ପ ବେତନଭୋଗୀ ବାପା ପ୍ରଦୀପ। ବିଦ୍ୟୁତ୍‌ ଆଘାତରେ ପୁଅ ପଙ୍ଗୁ ହୋଇଯିବା କଷ୍ଟଠାରୁ ଅର୍ଥାଭାବ ଯୋଗୁ ଠିକ୍‌ ଭାବେ ଚିକିତ୍ସା କରାଇ ନ ପାରିବା ଦୁଃଖ ତାଙ୍କୁ ପ୍ରତି ମୁହୂର୍ତ୍ତରେ କୋରିଖାଉଛି। ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ବିନା ପୁଅ ଭଲ ହୋଇପାରିବ ନାହିଁ ବୋଲି ପ୍ରଦୀପ କହିଛନ୍ତି।
ଅଙ୍ଗେନିଭା ଘଟଣା ବଖାଣି ପ୍ରଦୀପ କୋହଭରା କଣ୍ଠରେ କହିଛନ୍ତି, ବିଦ୍ୟୁତ୍‌ ଆଘାତରେ ଛାତରେ ପଡ଼ି ଛଟପଟ ହେଉଥିବାବେଳେ ବୈକୁଣ୍ଠକୁ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ପୁଅକୁ କଟକର ଏକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୭ଦିନରେ ପ୍ରାୟ ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପାଖରେ ଅଧିକ ଅର୍ଥ ନ ଥିବାରୁ ବାଧ୍ୟ ହୋଇ କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳକୁ ଶରୀରରେ ସଂକ୍ରମଣ ଆରମ୍ଭ ହୋଇସାରିଥିଲା। ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତରମାନେ ଦୁଇ ହାତ ଏବଂ ଡାହାଣ ଗୋଡ଼ କାଟିଦେଇଥିଲେ। ଏହା ପରେ ବୈକୁଣ୍ଠ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ଅପରେଶନ କରାଯାଇଥିଲା। ସେହିଦିନଠାରୁ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚଳିତ ମାସ ୮ ତାରିଖରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ପୁଣି ଥରେ ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଶନ କରାଯାଇଛି। ହେଲେ ଜନସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ପ୍ରଦୀପଙ୍କ ପାଖରେ ଅର୍ଥ ନ ଥିବାରୁ ଆଶାଜନକ ଚିକିତ୍ସା ହୋଇପାରୁନାହିଁ। ପୁଅ ବୈକୁଣ୍ଠଙ୍କ ଜୀବନ ବଞ୍ଚାଇବା ଲାଗି ମୋବାଇଲ୍‌ ନଂ. ୯୫୫୬୬୩୧୦୯୯ରେ ଯୋଗାଯୋଗ କରି ସହାୟତା ପ୍ରଦାନ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା ପରେ ବୈକୁଣ୍ଠଙ୍କ ପାଠପଢ଼ାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥାଆନ୍ତେ। ହେଲେ ବିଦ୍ୟୁତ୍‌ ଦୁର୍ଘଟଣା ତାଙ୍କର ସବୁ ସ୍ବପ୍ନ ଛଡ଼ାଇ ନେଇଛି।
ଏ ସମ୍ପର୍କରେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ଏହା ଏକ ଦୁଃଖଦ ଘଟଣା। ସମ୍ପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ସେ ଅବଗତ ନ ଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ନାବାଳକଙ୍କ ବାପା ୪ର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ରୁ କୌଣସି ସହାୟତା ମିଳିପାରିବ ନାହିଁ। ଏଭଳି ଦୁଃଖଦ ସମୟରେ ସମ୍ପୃକ୍ତ ପରିବାରକୁ ସମସ୍ତେ ସହାୟତାର ହାତ ବଢ଼ାଇବା ସହ ବ୍ୟକ୍ତିଗତ ଭାବେ ସହଯୋଗ କରିବେ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri