ଆଜି ମନ୍ଦିରକୁ ବାହୁଡିବେ ବାବା ଲିଙ୍ଗରାଜ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା। ରୁକୁଣା ରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ। ଦିନ ୧ଟା ୩୦ରେ ପହଣ୍ଡି କରାଯାଇ ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି। ଶାନ୍ତିଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଥିଲା।