କରୀନାଙ୍କ ପାଇଁ ବିରିୟାନି ପଠାଇଲେ ବାହୁବଳୀ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁରଙ୍କ ଖାଇବାରେ ଭାରି ସଉକ। ସେ ସବୁବେଳେ ଖାଇବା ଫଟୋ ଶେୟାର କରନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ତାଙ୍କ ପାଇଁ ବାହୁବଳୀ ଫେମ୍‌ ପ୍ରଭାସ ଖାଇବା ପଠାଇଛନ୍ତି।

କରୀନା ଫଟୋ ଶେୟାର କରିବା ସହ ପ୍ରଭାସଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, ଯେତେବେଳେ ବାହୁବଳୀ ବିରିୟାନି ପଠାନ୍ତି ତାହା ଖୁବ୍‌ ସ୍ବାଦିଷ୍ଟ ହୋଇଥାଏ। ଏହି ଫଟୋରେ କରୀନା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଆଗାମ ଫିଲ୍ମର ନାମ ‘ଆଦିପୁରୁଷ‘# ଲଗାଇଛନ୍ତି।

ଆଦିପୁରୁଷ ଶୁଟିଂ ସେଟ୍‌ରେ ସୈଫ୍‌ ଏବଂ ପ୍ରଭାସଙ୍କ ବନ୍ଧୁତା ଢେର ବଢ଼ିଯାଇଛି। ତେଣୁ ସୈଫ୍‌ ଏବଂ କରୀନାଙ୍କ ପାଇଁ ପ୍ରଭାସ ଖାଇବା ପଠାଇଛନ୍ତି। ଓମ୍‌ ରାଓ୍ବତଙ୍କ ନିର୍ଦ୍ଦେଶନାରେ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ। ଅଭିନେତ୍ରୀ କୃତୀ ସେନନ ସୀତା ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ସୈଫ୍‌ ଅଲ୍ଲୀ ଖାନ୍‌ ରାବଣ ଭୂମିକାରେ ନଜର ଆସିବେ। ଲକ୍ଷ୍ମଣ ଭୂମିକାରେ ସନି ସିଂହ ଅଭିନୟ କରୁଛନ୍ତି। ଫିଲ୍ମର ଘୋଷଣା ପରଠାରୁ ପ୍ରଶଂସକମାନେ ଚାତକ ପରି ଚାହିଁ ରହିଛନ୍ତି କେବେ ଏହି ଫିଲ୍ମ ରିଲିଜ ହେବ।

Share