ଓଢଣା ତଳେ ଗୁଟଖା ଖାଉଛନ୍ତି ବୋହୂ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ

ଆଗ୍ରା,୨୬।୧୨: ଉତ୍ତର ପ୍ରଦେଶ ଆଗ୍ରାସ୍ଥିତ ପରାମର୍ଶ କେନ୍ଦ୍ରରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ନୂଆବୋହୂର ଗୁଟଖା ଖାଇବା ନିଶା ଦେଖି ଶାଶୁଘରେ ଚହଳ ପଡିଛି। ସ୍ଥିତି ଏମିତି ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଲାଣି। ସ୍ବାମୀ ସମେତ ଶାଶୁଘର ଲୋକ ଗୁଟଖା ନ ଖାଇବା ପାଇଁ ବୋହୂକୁ ଯେତେ ବୁଝାଇଲେ ମଧ୍ୟ ବୋହୂ କାହା କଥା ଶୁଣୁନାହିଁ। ସେ ସବୁବେଳେ ଓଢଣା ଟାଣି ଗୁଟଖା ଖାଉଛନ୍ତି ବୋଲି ଅଭିଯୋଗ ହୋଇଛି।

ଅନ୍ୟପଟେ ବୋହୂ ନିଜ ସ୍ବାମୀଙ୍କର ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି। ସେ ଲିଖିତ ଭାବରେ ପୋଲିସକୁ ଅଭିଯୋଗ କରିଛନ୍ତି।

ସ୍ବାମୀ-ସ୍ତ୍ରୀ ଝଗଡା ଭିତରେ ସ୍ବାମୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ତ୍ରୀ ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଓଢଣା ଟାଣି ଗୁଟଖା ଖାଆନ୍ତି। ଗୁଟଖା ଚୋବାଇ ସେ ଘର କାମ କରିବାବେଳେ ଏପାଖ-ସେପାଖରେ ପାନଛେପ ପକାଇଥାନ୍ତି। ପରିବାର ଲୋକ ବହୁବାର ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଗୁଟଖା ଛାଡିଲେ ନାହିଁ। ଏବେ ମୁଁ ମୋ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ସେ ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଉଛନ୍ତ ବୋଲି ବ୍ୟକ୍ତିଜଣକ କହିଛନ୍ତି।

Share