ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏସମ୍ପର୍କିତ ଖବର ବାହାରିନ୍‌ ନ୍ୟୁଜ୍‌ ଏଜେନ୍ସିରେ ପ୍ରକାଶ ପାଇଛି। ତେବେ କେବେଠାରୁ ଦେଶରେ କରୋନା ଟିକା ଦିଆଯିବା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ମାରିଆମ୍‌ ଦେଇ ନ ଥିବା କୁହାଯାଉଛି। ଫାଇଜର ଟିକା କରୋନା ଭୁତାଣୁ ବିରୋଧରେ ୯୫ ପ୍ରତିଶତରୁ ଅଧିକ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହେଉଥିବା କୁହାଯାଉଛି। ଟିକା ଉପଲବ୍ଧ ପାଇଁ ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ କମ୍ପାନୀ ବାୟୋଏନ୍‌ଟେକ୍‌ ଏହାର ଆମେରିକା ସହଯୋଗୀ ଫାଇଜର ଔପଚାରିକ ଭାବେ ବାହାରିନ୍‌ର ସ୍ବୀକୃତି ଲାଭ କରିବା ସହିତ ଖୁବ୍‌ ଶୀଘ୍ର ଟିକାକରଣ କରାଯିବ ବୋଲି ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀ କହିଛି।

Share