ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ ଇଞ୍ଜିନିୟର ଡ. ମିହିର କୁମାର ପଣ୍ଡା ଲିମିକା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ଦୀର୍ଘ ୩୦ବର୍ଷର ସାଧନା, ଛାତ୍ରୀଛାତ୍ର, ବିଭିନ୍ନ ଅନୁଷ୍ଠାନର ପ୍ରେରଣା ଓ ମାତା ସେବତୀ ପଣ୍ଡା, ପିତା ସ୍ବର୍ଗତ ରମାକାନ୍ତ ପଣ୍ଡାଙ୍କ ଆଶୀର୍ବାଦ ଯୋଗୁ ସଫଳତାର ଅଧିକାରୀ ହୋଇପାରିଛନ୍ତି ବୋଲି କୁହନ୍ତି ସେ।

ଇଞ୍ଜିନିୟର ମିହିରଙ୍କ ଘର ବାହାନଗା ବ୍ଲକ ଇଛାପୁର ଗ୍ରାମରେ। ବିଭିନ୍ନ ପ୍ରକଳ୍ପ ଉଦ୍ଭାବନ ସହ ନିଜ ଗ୍ରାମରେ ‘ସ୍ରୋଷ୍ଟି’ (ସୋସିଆଲ ଡେଭଲପମେଣ୍ଟ ରିସର୍ଚ୍ଚ ଅର୍ଗାନାଇଜେଶନ ଫର ସାଇନ୍ସ, ଟେକ୍ନୋଲୋଜି ଆଣ୍ଡ ଇମ୍ପି୍ଲମେଣ୍ଟେଶନ) ନାମରେ ଏକ ଗବେଷଣା ଅନୁଷ୍ଠାନ ଗଢିିଛନ୍ତି । ଏଭଳି କୃତିତ୍ୱ ଲାଗି ସେ ୨୦୧୯ରେ ଭାରତୀୟ ବିଜ୍ଞାନ କଂଗ୍ରେସରେ ସମ୍ମାନିତ ହେବା ସହିତ ଏହି ଆସୋସିଏଶନରେ ସ୍ଥାନିତ ହୋଇଛନ୍ତି। ଥୋମାସ ଆଲଭା ଏଡିଶନ ଅଫ ଇଣ୍ଡିଆ ଦ୍ୱାରା ସେ ପୁରସ୍କୃତ ହୋଇଛନ୍ତି ା ତେବେ ଏସବୁ ପୁରସ୍କାର ପାଇ ସାରିବା ପରେ ସେ ଲିମ୍‌କା ବୁକ ଅଫ ରେକର୍ଡସରେ ସ୍ଥାନ ପାଇବା ପାଇଁ ଆବେଦନ କରିଥିଲେ। ଆବେଦନର ୮ମାସ ଭିତରେ ଏହି ରେକର୍ଡ଼ସରେ ସ୍ଥାନ ପାଇଥିଲେ। ୨୦୦୦ ମସିହାରୁ ସେ ଲୋକଙ୍କ ପାଇଁ ବିଜ୍ଞାନର ନୂତନ ଧାରା ଉଦ୍ଭାବନ କରିବାରେ ଲାଗିଥିଲେ। ୨୦୦୫ରେ ସାଧାରଣ ଚାଷୀ ଓ ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ। ତାଙ୍କ ମୁଖ୍ୟ ଉଦ୍ଭାବନ ମଧ୍ୟରେ ଫ୍ୟାନ୍‌ ଜେନେରେଟର, ଚାଷୀଙ୍କ ପାଇଁ ଡବଲ ଫେସ୍‌ ଉଇନୋଉଇଙ୍ଗ ଫ୍ୟାନ୍‌, ଡୁଆଲ ଫେସ୍‌ ଫ୍ୟାନ, ଗୃହ ଓ କୃଷିରେ ଲାଗୁଥିବା ବହୁମୁଖୀ ଯନ୍ତ୍ର, ମୋନାଲିସା ଶୀତଳ ଅଖା, ଯଶୋବନ୍ତ ପତ୍ର କଟା ଯନ୍ତ୍ର , ବିଦ୍ୟୁତ ରଙ୍ଗ ବ୍ରସ୍‌, ହସ୍ତଚାଳିତ ହାଲୁକା ପାଣିପମ୍ପ, ଫ୍ୟାନରେ ଦୁଇ ଆଡକୁ (ଆଗ ପଛ)କୁ ପବନ ବୋହିବା, ନଳକୂପରେ ପାଣି ବାହାରିବା ସହିତ ନଳକୂପ ମୋଡିଲେ ଲୁଗା କିପରି ସଫା କରିହେବ ତାହା ମଧ୍ୟ ଉଦ୍ଭାବନ କରିଛନ୍ତି।

ବିନା ବିଜୁଳିରେ ଚାଲୁଥିବା ଥଣ୍ଡା ପାଣିପାତ୍ର ଆଦି ୧୦ହଜାରରୁ ଅଧିକ ନୂତନ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ା ସେ ଭାରତ ସମେତ ବିଶ୍ୱର ବହୁ ସ୍ଥାନକୁ ଯାଇ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ପ୍ରକଳ୍ପ ବିଷୟରେ ପ୍ରଶିକ୍ଷଣ ଦେଇଥାନ୍ତି। ପିଲାମାନଙ୍କୁ ପାଠ ପଢାଉଥିବା ବେଳେ ସେମାନଙ୍କ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ସେ ସରଳୀକରଣ କରି ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ଏହି ଉଦ୍ୟମ ତାଙ୍କୁ ନୂତନ ବିଜ୍ଞାନ ପ୍ରକଳ୍ପ ଉଦ୍ଭାବନ କରିବାକୁ ପ୍ରେରଣା ଦେବା ସହ ଆଜି ଜଣେ ସଫଳ ବୈଜ୍ଞାନିକ ଭାବେ ଗଢିତୋଳିଛି। ଦେଶବିଦେଶର ବିଭିନ୍ନ ଅନୁଷ୍ଠାନରୁ ୨୫୦ ପୁରସ୍କାରର ଅଧିକାରୀ ଏହି ବ୍ୟକ୍ତିତ୍ୱ ବିଜ୍ଞାନ ଦୁନିଆ ଲାଗି ଏକ ନୂତନ ସମ୍ଭାବନା ।

(ଅରୂପ ଦାସ)


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri