ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସିଗ୍‌ନାଲ ଜେଇଙ୍କ ଘର ସିଲ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘରକୁ ସୋମବାର ସିଲ୍‌ କରାଯାଇଛି। ସେଠାରେ ଥିବା ତାଙ୍କ ଭଡା ଘର ସିଲ୍‌ କରାଯାଇଛି। ତେବେ କିଏ ସିଲ୍‌ କରିଛିି ତା ଏଯାବତ ସଷ୍ଟ ହୋଇପାରିନାହିଁି। ଦୁର୍ଘଟଣା ପରେ ଜେଇ ଏବଂ ତାଙ୍କ ପରିବାର ଅନୁପସ୍ଥିତ ଥିବା ସୂଚନା ମିଳିଛି।