ବଗ୍‌ରାମ ଛାଡ଼ିଲେ ଆମେରିକା ସୈନ୍ୟ

କାବୁଲ,୩ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ କିଛି ସମୟ ଧରି ଆମେରକୀୟ ସେନା ପର୍ଯ୍ୟାୟକ୍ରମେ ସ୍ବଦେଶକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ବଗ୍‌ରାମ ବାୟୁସେନା ଘାଟିରୁ ଆମେରିକା ଓ ନାଟୋ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଫଗାନ ଜାତୀୟ ସୁରକ୍ଷା ଏବଂ ପ୍ରତିରକ୍ଷା ବଳକୁ ଉକ୍ତ ଏୟାରଫିଲ୍ଡ ସମ୍ପୂଣ୍ଣର୍‌ ରୂପେ ହସ୍ତାନ୍ତର କରାଯାଇଛି।
ଏହି ଅଞ୍ଚଳ ୨୦ ବର୍ଷ ଧରି କଠୋରପନ୍ଥୀଙ୍କ ବିରୋଧରେ ଲଢ଼େଇର କେନ୍ଦ୍ରସ୍ଥଳ ରହି ଆସିଥିଲା। ଆମେରିକା ଓ ନାଟୋ ସୈନ୍ୟଙ୍କ ପ୍ରତ୍ୟାହାର ଆଫଗାନିସ୍ତାନରୁ ଖୁବ୍‌ ଶୀଘ୍ର ସମସ୍ତ ବିଦେଶୀ ସୈନ୍ୟ ଫେରିଯିବେ ବୋଲି ଦର୍ଶାଉଛି। କିନ୍ତୁ ରାଜଧାନୀ କାବୁଲର ଉତ୍ତରରେ ଥିବା ଏହି ବିସ୍ତୃତ ସେନା ଘାଟିରୁ ସୈନ୍ୟ ପ୍ରତ୍ୟାହାର ଦେଶର ବିଭିନ୍ନ ପ୍ରାନ୍ତରେ ତାଲିବାନକୁ ଶକ୍ତି ବୃଦ୍ଧି ପାଇଁ ସୁଯୋଗ ଦେଇପାରେ।
୩ ହଜାର ଲୋକଙ୍କ ଜୀବନ ନେଇଥିବା ୯/୧୧ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର ଆକ୍ରମଣର ୧୦ ବର୍ଷ ପୂର୍ତ୍ତି (ଆସନ୍ତା ସେପ୍ଟେମ୍ବର ୯) ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୂର୍ବରୁ ଘୋଷଣା କରିସାରିଛନ୍ତି। ଅଲ୍‌-କାଏଦା ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ତାଲିବାନଠାରୁ ସହାୟତା ପାଇ ଅଲ୍‌-କାଏଦା ଆଫଗାନିସ୍ତାନରେ ସକ୍ରିୟ ଥିଲା। ଏହି ଆକ୍ରମଣ ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ଆଫଗାନିସ୍ତାନରେ ଉଭୟ ତାଲିବାନ ଓ ଅଲ୍‌-କାଏଦା ଆତଙ୍କବାଦୀଙ୍କୁ ପରାଜିତ କରିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଲଢ଼େଇରେ ଅନେକ ଜୀବନ ଯାଇଥିଲା। ଏଥିରେ ଆମେରିକା ପକ୍ଷରୁ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା। ଆମେରିକା ଏବେ ଯୁଦ୍ଧ ଶେଷ କରିବାକୁ ଚାହୁଁଛି। ଆଫଗାନିସ୍ତାନରେ ୨୫୦୦-୩୦୦୦ ଆମେରିକୀୟ ସୈନ୍ୟ ଅଛନ୍ତି। ନାଟୋର ୭,୦୦୦ ସୈନ୍ୟଙ୍କ ସହ ଆମେରିକୀୟ ସୈନ୍ୟ ଫେରିଯିବା ପରେ ଆଫଗାନିସ୍ତାନରେ ୧ ହଜାରରୁ ବି କମ୍‌ ବିଦେଶୀ ସୈନ୍ୟ ରହିବେ। ଇତିମଧ୍ୟରେ ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବଢ଼ିବାରେ ଲାଗିଛି। ବିଦେଶୀ ସେନାର ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହିତ ତାଲିବାନ ୫୦ରୁ ଊର୍ଦ୍ଧ୍ୱ ଜିଲାକୁ ଦଖଲ କରିସାରିଛି। ଫଳରେ ଦେଶରେ ଗୃହଯୁଦ୍ଧ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।

ବଗ୍‌ରାମ ଘାଟିର ଗୁରୁତ୍ୱ

୧୯୮୦ରେ ସୋଭିଏଟ୍‌ ୟୁନିୟନ୍‌ ଦଖଲ ବେଳେ ବଗ୍‌ରାମ ବାୟୁସେନା ଘାଟି ନିର୍ମାଣ କରାଯାଇଥିଲା। ନିକଟରେ ଥିବା ଏକ ଗ୍ରାମର ନାଁ ଅନୁସାରେ ଏହାର ନାମକରଣ କରାଯାଇଥିଲା। ରାଜଧାନୀ କାବୁଲର ୪୦ କି.ମି. ଉତ୍ତରରେ ଏହା ଅବସ୍ଥିତ। ଆମେରିକୀୟ ସେନା ୨୦୦୧ରେ ଏଠାରେ ପାଦ ଥାପି ଏହାକୁ ଆହୁରି ବଡ଼ ସାମରିକ ଘାଟିରେ ପରିଣତ କରିଥିଲା। ଘାଟିରେ ଏକସଙ୍ଗେ ପ୍ରାୟ ୧୦ ହଜାର ସୈନ୍ୟ ରହିପାରିବେ। ଏଠାରେ ଦୁଇଟି ରନ୍‌ଓ୍ବେ ରହିଛି। ନିକଟରେ ନିର୍ମିତ ୩.୬ କି.ମି. ବିସ୍ତୃତ ରନ୍‌ଓ୍ବେ’ରେ ବଡ଼ କାର୍ଗୋ ଓ ଏୟାରକ୍ରାଫ୍ଟ ଅବତରଣ କରିପାରିବ। ପାର୍କିଂ ପାଇଁ ଏଠାରେ ୧୧୦ଟି ସ୍ଥାନ ରହିଛି, ଯାହା ବିସ୍ଫୋରଣ ନିରୋଧୀ ପ୍ରାଚୀର ଦ୍ୱାରା ସୁରକ୍ଷିତ। ସେହିପରି ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୩ ଥିଏଟର ଓ ଏକ ଅଧୁନିକ ଦାନ୍ତ କ୍ଲିନିକ ମଧ୍ୟ ଏଠାରେ ରହିଛି। ଯୁଦ୍ଧବନ୍ଦୀଙ୍କୁ ରଖିବା ପାଇଁ ଉକ୍ତ ଘାଟିରେ ଏକ ଜେଲ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri