Categories: ଜାତୀୟ

ହାଫ୍ ପ୍ୟାଣ୍ଟ ପିନ୍ଧି ବଜାରରେ ବୁଲି ପାରିବେନି ଯୁବକ!

ବାଗପତ,୩୦ ।୧୦: ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନଙ୍କ ପୋଷାକକୁ ନେଇ ନିୟମ ଜାରି କରୁଥିବା ହରିୟାଣାର ବଲିୟାନ ଖାପ ପଞ୍ଚାୟତର ମୁଖିଆ ତଥା ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ଏବେ ଯୁକକଙ୍କ ପୋଷାକକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବାଗପତ ପହଞ୍ଚି ଖାପ ପଞ୍ଚୟତ ମୁଖିଆ ନରେଶ ଟିକେତ କହିଛନ୍ତି ଯୁବକମାନେ ହାଫ ପ୍ୟାଣ୍ଟ ପିନ୍ଧି ବଜାରରେ ବୁଲନ୍ତୁ ନାହିଁ । ନିକିତା ତୋମର ହତ୍ୟାକାଣ୍ଡକୁ ପେଇ ନରେଶ କହିଛନ୍ତି ଯେ ପର୍ଯ୍ୟନ୍ତ କଠୋର ଆଇନ ପ୍ରଣୟନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବଳାତ୍କାର ଭଳି ଘଟଣା ଘଟୁଥିବ । ସରକାର ଏଥିପ୍ରତି ଦୃଷ୍ଟି ଦେଇଛନ୍ତି ସତ ହେଲେ କଠୋର ଆଇନର ଆବଶ୍ୟକତା ରହିଛି । ଏଭଳି ଦୋଷୀଙ୍କୁ ଫାଶୀ ଭଳି ଦଣ୍ଡ ଦେବା ଉଚିତ ବୋଲି ସେ କହିଛନ୍ତି । ତେବେ ଯୁବକଙ୍କ ହାଫ୍ ପ୍ୟାଣ୍ଟ ପିନ୍ଧିବା ଗାଁର ବରିଷ୍ଠ ନାଗରିକଙ୍କୁ ପସନ୍ଦ ନ ଆସୁଥିବାରୁ ଏବେ ଆମେ ଯୁବବର୍ଗଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧି ବଜାର ନ ଯିବାକୁ କହିଛୁ । ପୂର୍ବରୁ ଝିଅମାନଙ୍କୁ ଜିନ୍ସ ପିନ୍ଧିବା ବାରଣ କରାଯାଇଥିବା ବେଳେ ଏଥିରେ ସେମାନେ ୯୦ ପ୍ରତିଶତ ସଫଳ ହୋଇଥିବା କହିଛନ୍ତି ।

Share