Categories: ଜାତୀୟ

ସିରିଡି ସାଇଙ୍କ ଉପରେ ବୟାନ ଦେଇ ଫସିଲେ ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ

ମୁମ୍ବାଇ,୪।୪: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ଶିରିଡି ସାଇ ବାବାଙ୍କ ଉପରେ ବୟାନ ଦେବା ପରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାୟର କରାଯାଇଛି। ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦେବାକୁ ଦାବି କରାଯାଇଛି।
ବାଗେଶ୍ୱର ଧାମ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ମୁମ୍ବାଇର ବାନ୍ଦ୍ରା ପୋଲିସରେ କରାଯାଇଛି। ଅଭିଯୋଗରେ ଶିବସେନା(ଉଦ୍ଧବ ଗ୍ରୁପ) ଯୁବା ସେନାର ନେତା ଓ ସିରିଡି ସାଇ ସଂସ୍ଥାର ପୂର୍ବତନ ଟ୍ରଷ୍ଟି ରାହୁଲ କନାଲ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ଆଣିଛନ୍ତି।

Share