କଅଁଳ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୧୪ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ପିଲାମାନଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ହେବା ପାଇଁ ପ୍ରଚୁର ପରିମାଣରେ ଭିଟାମିନ ଆବଶ୍ୟକତା ରହିଛି। ତେବେ ଏହି କୋମଳମତି ପିଲାମାନଙ୍କର ପ୍ରାରମ୍ଭ କାଳରୁ ଶରୀର ଗଠନ ବିକଶିତ ହେବା ପୂର୍ବରୁ ଶାରୀରିକ କଷ୍ଟ ଅନୁଭବ ପରୋକ୍ଷରେ ଦେଖିବାକୁ ମିଳୁଛି। ଏହା କିଛିବର୍ଷ ଲାଗି ରହିଲେ ପିଲାଙ୍କ କାନ୍ଧ, ମେରୁଦଣ୍ଡ ଅଧିକ ବହି ବସ୍ତାନି ବୋଝ ଉପରେ ଭାରାକ୍ରାନ୍ତ ହେଉଛି। ଫଳରେ ପିଲାମାନଙ୍କ ଭବିଷ୍ୟତରେ ମେରୁଦଣ୍ଡ ଜନିତ ସ୍ନାୟୁ (ସ୍ପାଇନାଲ କର୍ଡ) ରୋଗରେ ପୀଡିତ ହେବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନଙ୍କ ମତ ଥିଲା। ଫଳରେ ପିଲାମାନଙ୍କ ବୟସ ବଢ଼ିଲେ ଏହି ମେରୁଦଣ୍ଡ ବିକାରଜନିତ ରୋଗ ସମସ୍ୟା ବୃଦ୍ଧି ପାଇବା ସହ ଶାରୀରିକ ଅକ୍ଷମତା ଦେଖା ଦେବ।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ , ଲକ୍ଷ୍ମୀକାନ୍ତ ସ୍ବାଇଁ, ନାଥ କୁମାର ଭୋଳ ପ୍ରମୁଖ କହିଛନ୍ତି, ୨୦୧୭ ମେ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଡିଭିଜନ ବେଞ୍ଚ ଶୁଣାଣି କରି ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତି ପିଲାମାନଙ୍କ କାନ୍ଧରେ ବହି ବସ୍ତାନି ବୋଝ କମାଇବାକୁ କହିଥିଲେ। କାରଣ ପିଲାମାନଙ୍କ ମେରୁଦଣ୍ଡ ବିକାର ଗ୍ରସ୍ତ ହେବା ସହ ଶାରୀରିକ, ମାନସିକ, ଅକ୍ଷମତା ହେବା ଫଳରେ ଭବିଷ୍ୟତରେ ସେମାନଙ୍କର ଶରୀର ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ନ୍ୟାୟଧୀଶ ମତବ୍ୟକ୍ତ କରିଥିଲେ। ପରେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନଙ୍କ ଦୈନିକ ବସ୍ତାନିରେ ରହୁଥିବା ଆବଶ୍ୟକ ଅନୁସାରେ ବହି, ଖାତା, ଖାଦ୍ୟ ଟିଫିନ୍‌ ବକ୍ସ, ପାଣି ବୋତଲ, ଯନ୍ତ୍ର ବାକ୍ସ, ରେନିକୋଟଗୁଡ଼ିକ ବିଦ୍ୟାଳୟକୁ ବୋଝ କମ୍‌ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହି ବ୍ୟାଗ ୨ କିଲୋରୁ ଅଧିକ ହେବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଶିକ୍ଷାନୁଷ୍ଠାନଗୁଡିକ ମୁଖ୍ୟ ମାନୁ ନ ଥିବା ଦେଖିବାକୁ ମିଳୁଛି। ଆଦ୍ୟାବଧି ପ୍ରତି ଛାତ୍ରୀଛାତ୍ରଙ୍କ ବ୍ୟାଗ୍‌ରେ ୩ରୁ ୪ କିଲୋ ଓଜନର ବୋଝ କଅଁଳ କାନ୍ଧରେ ଝୁଲାଇ ନେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି ମହାକାଳପଡ଼ା ବ୍ଲକରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରୀଛାତ୍ରମାନଙ୍କ କ୍ଷେତ୍ରରେ। ଛାତ୍ରୀଛାତ୍ରମାନଙ୍କ ଶାରୀରିକ, ମାନସିକ ଓ ସ୍ବାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ପ୍ରତି ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିବା ସହ ତୁରନ୍ତ ସଚେତନତା ଓ ଅଭିଭାବକମାନଙ୍କୁ ଡକାଇ କହିବାକୁ ସେମାନେ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାବାରେ ପ୍ରତି ଶନିବାର ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ପିଟିଏସ୍‌ ବା ପ୍ୟାରେଣ୍ଟ ଟିଚର ଷ୍ଟୁଡେଣ୍ଟ୍‌ମାନଙ୍କ ମିଟିଂରେ ଆଲୋଚନା କରାଯାଇ ସଚେତନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରଣାନ୍ତକ ଆକ୍ରମଣ କରି ଫସିଲେ, ମାସେ ପରେ ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri