ବରିଷ୍ଠାସନ

ବରିଷ୍ଠାସନ କରିବା ଫଳରେ ପେଟର ଚର୍ବି କମ୍‌ ହେବା ସହିତ ହାତ, ଗୋଡ଼ର ଚର୍ବି କମ୍‌ ହୁଏ ଓ ମସଲ୍ସ ଷ୍ଟ୍ରଙ୍ଗ୍‌ ହୋଇଥାଏ।

– ଏହି ଆସନ କରିବା ପାଇଁ ପ୍ରଥମେ ଫ୍ଲେଙ୍କ୍‌ ପୋଜ୍‌ କରନ୍ତୁ।
– ଧୀରେ ଧୀରେ ଡାହାଣ ପଟରେ ହାତରୁ ପାଦ ପର୍ଯ୍ୟନ୍ତ ଶରୀରର ଓଜନ ଦିଅନ୍ତୁ।
– ବାମ ହାତ ଓ ପାଦକୁ ଉପର ଆଡ଼କୁ ଉଠାନ୍ତୁ।
– ବାମ ହାତକୁ ଜଙ୍ଘ ଉପରେ ରଖନ୍ତୁ।
– ଏବେ ଆପଣ ଡାହାଣ ହାତକୁ କାନ୍ଧ ଆଗରେ ରଖନ୍ତୁ। ଏହାପରେ ଡାହାଣ ହାତକୁ କାନ୍ଧଠାରୁ ଟିକେ ଆଗକୁ ରଖନ୍ତୁ।
– ନିଃଶ୍ୱାସ ଭିତରକୁ ନେଇ ବାମ ହାତକୁ ଏପରି ରଖନ୍ତୁ ଯେପରି ଭୂମିରୁ ସିଧା ଉପରକୁ ରହିପାରିବ। ଏହି ପୋଜରେ କିଛି ସେକେଣ୍ଡ ରହିବା ସମୟରେ ଅନ୍ୟ ହାତକୁ ଉପରକୁ ରଖନ୍ତୁ।
– ନିଃଶ୍ୱାସ ଧୀରେ ଧୀରେ ଛାଡ଼ିବା ସହ ଫ୍ଲେଙ୍କ ପୋଜକୁ ଆସନ୍ତୁ।