ରାପର୍ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୋସିଆଲ ମିଡିଆରେ ସମାନ ବୟାନ ଶେୟାର କରି ସେମାନଙ୍କ ଛାଡପତ୍ର ଘୋଷଣା କରିଛନ୍ତି।
ବାଦଶାହା କହିଛନ୍ତି, ଇଶା ରିଖି ଆଉ ମୁଁ ପରସ୍ପର ଅଲଗା ହେବାକୁ ଏବଂ ନିଜ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ପାରସ୍ପରିକ ସମ୍ମାନ ସହିତ ନିଆଯାଇଛି ଏବଂ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ, ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରନ୍ତୁ।
ବାଦଶାହା ଏବଂ ଈଶା ରିଖିଙ୍କର ଗୁପ୍ତ ବିବାହ ହୋଇଥିଲା। ଦମ୍ପତିଙ୍କ ବିବାହର ଖବର ମାର୍ଚ୍ଚ ମାସରେ ପ୍ରସାରିତ ହୋଇଥିଲା। ଈଶାଙ୍କ ମାଆ ସେମାନଙ୍କର ଅନ୍ତରଙ୍ଗ ବିବାହ ଉତ୍ସବର ଫଟୋ ଶେୟାର କରିଥିଲେ। ବିବାହ ବନ୍ଧନ କରିବା ପୂର୍ବରୁ ଏହି ଦମ୍ପତି ଚାରି ବର୍ଷ ଧରି ଡେଟ କରିଥିଲେ। ପରେ ଜୁନ ମାସରେ ଈଶା ଇନଷ୍ଟାଗ୍ରାମରେ ‘ଆସ୍କ ମି’ ସେସନ ସମୟରେ ବାଦଶାହାଙ୍କ ସହିତ ତାଙ୍କ ବିବାହକୁ ନିଶ୍ଚିତ କରିଥିଲେ।
ବାଦଶାହ ଈଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ପୂର୍ବରୁ ଜସ୍ମିନ ମାସିହଙ୍କୁ ବିବାହ କରିଥିଲେ। ଉଭୟଙ୍କର ଜେସିମି ଗ୍ରେସ ମାସିହ ସିଂ ନାମକ ଏକ ଝିଅ ଅଛି।