ରାଜା ଚକ୍ରଙ୍କୁ ନେଇ ବଦ୍ରିଙ୍କ ବିସ୍ଫୋରକ ବୟାନ, କହିଲେ ମୁଁ ଆଗରୁ ଏନେଇ ନବୀନ…

ଭୁବନେଶ୍ୱର,୧୩ା୩: ରାଜା ଚକ୍ର ଗୁରୁବାର ଗିରଫ ହେବା ପରେ ବରିଷ୍ଠ ନେତା ବଦ୍ରି ପାତ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ବଦ୍ରି କହିଛନ୍ତି, ଏନେଇ ମୁଁ ଆଗରୁ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କୁ ଜଣାଇଥିଲି। ଜିଲା ପ୍ରଶାସନ ପକ୍ଷରୁ ରାଜାଙ୍କୁ ପୂରା ପ୍ରୋତ୍ସାହନ ମିଳୁଥିଲା। ତତ୍କାଳୀନ ଜିଲାପାଳ, ଏସ୍‌ପି ମଧ୍ୟ ଏଥିରେ ସହଯୋଗ କରିଥିଲେ। ରାଜାଙ୍କ କଥାରେ ପୋଲିସ ପ୍ରଶାସନ ଚାଲିଥିଲା। ଏକା ରାଜାଙ୍କୁ ଧରିଲେ ଚଳିବନି, ଜିଲାପାଳ, ଏସ୍‌ପି ମଧ୍ୟ ସମ୍ପୃକ୍ତ। ତୁରନ୍ତ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ବଦ୍ରି କହିଛନ୍ତି।

ରାଜା ଚକ୍ର ଗିରଫ ହେବା ପରେ କଳା ସାମ୍ରାଜ୍ୟର ଗୁମର ଖୋଲଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପ୍ରେସ୍‌ମିଟ୍‌ରେ ଶହ ଶହ କୋଟିର ଦୁର୍ନୀତି ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଟଙ୍କା ଆୟ କରିଥିଲା ଏଜେନ୍ସି। ଏହା ଆୟଠାରୁ ଅଧିକ ବି ହୋଇପାରେ, ଅଡିଟ ହେଲେ ଆହୁରି ଗୁମର ଖୋଲିବ। ପାରିପାଶର୍‌ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଥିବା ବେଳେ କୌଣସି ପାରିପାଶର୍‌ବିକ ବିକାଶ ହୋଇନଥିବା ୨ ବିଡିଓ କହିଛନ୍ତି। ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଜଣାପଡ଼ିଛି।

ପଚାରିବାରୁ ଜଣାପଡ଼ିଛି ଯେ, କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡ଼ିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଥିବା କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଖାଲି ଏତିକି ନୁହେଁ ଶ୍ରମିକଙ୍କ ପାଉଣା ନାଁରେ ୭୪ କୋଟି ଟଙ୍କା ହଡ଼ପ କରାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଯୁଦ୍ଧ ମଧ୍ୟରେ ନୂଆ ଚକ୍ରବ୍ୟୁହ ରଚିଲା ଆମେରିକା: ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨।୫: ଇରାନ ସହିତ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ଗତି କିଛିଟା…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

କାଳବୈଶାଖୀର କରାଳ ରୂପ: ଉଡ଼ିଗଲା ଗରିବଙ୍କ ଘରର ଛାତ, ଗଛ ପଡ଼ି ଗାଈ- ବାଛୁରୀର ମୃତ୍ୟୁ

ଥୁଆମୂଳ ରାମପୁର, ୨।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ୩୦ ତାରିଖ ରାତିରୁ ଆରମ୍ଭ କରି ୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କାଳବୈଶାଖୀ…

ପୁଣି ଟାରିଫ୍‌ ଝଟକା ଦେଲେ ଟ୍ରମ୍ପ: ୟୁରୋପୀୟ ସଂଘ ସହିତ ଭାଙ୍ଗିଲେ ବାଣିଜ୍ୟ ଚୁକ୍ତି, ଏହି ଜିନିଷ ଉପରେ ଲଗାଇଲେ ୨୫% ଟ୍ୟାକ୍ସ

ଓ୍ବାଶିଂଟନ୍‌,୨।୫: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଟାରିଫ୍‌ ବୋମା ପକାଇଛନ୍ତି। ସେ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ଚୁକ୍ତି ଭାଙ୍ଗିଛନ୍ତି ଏବଂ ୟୁରୋପୀୟ…

ସିମନବାଡିରେ ବିଦ୍ୟୁତ ସେବା ଠପ୍‌: ଆସୁନି ଇଣ୍ଟରନେଟ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି,୨।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡରେ ଗତ ୩ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇପଡିଛି। ପ୍ରାୟ ୮ ପଞ୍ଚାୟତବାସୀ ଅନ୍ଧାରରେ ରହିଥିବା…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri