Categories: ଜାତୀୟ

କୋଭିଡ୍ ନିୟମ ଭାଙ୍ଗି ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ମନ୍ତ୍ରୀଙ୍କ ସହ ଭାଜପା ନେତା

ଚାମୋଲି (ଉତ୍ତରାଖଣ୍ଡ), ୨୩।୫ : କୁମ୍ଭ ମେଳା ଓ ଚାର ଧାମ ଯାତ୍ରା ଭଳି ଧାର୍ମିକ କାର୍ଯ୍ୟକ୍ରମରେ କୋଭିଡ୍‌-୧୯ ନିୟମ ପାଳନ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଉତ୍ତରାଖଣ୍ଡ ହାଇକୋର୍ଟ। ଏହାର ଗୋଟିଏ ଦିନ ପରେ କୋଭିଡ୍‌-୧୯ ମୁକାବିଲା ଦାୟିତ୍ୱରେ ଥିବା ମନ୍ତ୍ରୀ ଧାନ ସିଂ ରାଓ୍ବାତଙ୍କ ସମେତ ଅନ୍ୟ ଭାଜପା ନେତାମାନେ ରବିବାର ପହଞ୍ଚିଥିଲେ ବଦ୍ରିନାଥ ମନ୍ଦିରରେ। ସେମାନଙ୍କୁ ମନ୍ଦିରର ପୂଜକ ସମାଲୋଚନା କରିବା ସହ ଏହାକୁ ଲକ୍‌ଡାଉନ ନିୟମ ଭଙ୍ଗ ବୋଲି ଅଭିଯୋଗ କହିଛନ୍ତି।

କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚାର ଧାମ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। ଏହାସତ୍ତ୍ୱେ ମନ୍ତ୍ରୀଙ୍କ ସହ ଭାଜପା ନେତା କେଉଁ ଭଳି ବଦ୍ରିନାଥ ଧାନକୁ ଆସିଥିଲେ ବୋଲି ପୂଜକ ପ୍ରଶ୍ନ ଉଠାଇଛନ୍ତି।

 

Share