Posted inଖେଳ

ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନଙ୍କ ଅବସର

ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନ୍‌ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍‌ ଡାନ୍‌ ୩୬ ବର୍ଷରେ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦୦୮ ବେଜିଂ ଅଲିମ୍ପକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ ନ କରିବା ସ୍ପଷ୍ଟ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ଗ୍ରୀଷ୍ମକୁ ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ବିଶ୍ୱ ବ୍ୟାଡମିଣ୍ଟନରେ ଏକ ଯୁଗର ଅବସାନ ହୋଇଛି ଡାନଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ ତାରକା ଲି ଚୋଙ୍ଗ ଓ୍ବେଇ କହିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ଏହି ଦୁଇ ଖେଳାଳି ବିଶ୍ୱ ବ୍ୟାଡମିଣ୍ଟନରେ ନିଜର ଆଧିପତ୍ୟ ବିସ୍ତାର କରି ଆସୁଥିଲେ। ଦୀର୍ଘ ୨୦ ବର୍ଷର ଉଜ୍ୱଳମୟ କ୍ୟାରିୟରରେ ଡାନ୍‌ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। କ୍ୟାରିୟରର ଆରମ୍ଭରେ ଲିନ୍‌ ଡାନ୍‌ଙ୍କ ବ୍ୟାଡ ବଏ ଇମେଜ୍‌ ଥିଲା।
ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଲିନ୍‌ ଡାନ୍‌ ୫ଥର ବିଶ୍ୱ ଚାମ୍ପିୟନଶିପ୍‌ ମଧ୍ୟ ହାସଲ କରିଥିଲେ ଓ ଦୀର୍ଘ ଦିନ ଧରି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନ ଅଧିକାର କରିଥିଲେ। ସେ ମଧ୍ୟ ୬ଥର ଅଲ୍‌ ଇଂଲଣ୍ଡ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତରେ ତାଙ୍କୁ ସୁପର ଡାନ୍‌ ବୋଲି ସମ୍ବୋଧନ କରାଯାଉଥିଲା। ମାତ୍ର ୨୮ ବର୍ଷ ବୟସରେ ସେ ବିଶ୍ୱ ବ୍ୟାଡମିଣ୍ଟନର ସବୁ ୯ଟି ଯାକ ମେଜର ଟାଇଟଲ ହାସଲ କରି ‘ସୁପର ଗ୍ରାଣ୍ଡସ୍ଲାମ ’ କମ୍ପ୍ଲିଟ୍‌ କରିଥିଲେ।
ତେବେ ବୟସ ବଢିବା ସହିତ ଇଞ୍ଜୁରି ସମସ୍ୟା ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିଥିଲା। କେତୋଟି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ସେ ବିଦାୟ ନେଇଥିଲେ। ଫଳରେ ସେ ବାଧ୍ୟ ହୋଇ ଅବରସ ନେବା କଥା ଚିନ୍ତା କରିଥିଲେ। ୫ ଫୁଟ୍‌ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଡାନ୍‌ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଚାହୁଁଥିଲେ ମଧ୍ୟ ର଼୍ୟାଙ୍କିଙ୍ଗ୍‌ରେ ତାଙ୍କର ୧୯ ନମ୍ବରସ୍ଥାନ ଓ କୋଭିଡ୍‌-୧୯ ମହାମାରୀ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିବା ତାଙ୍କର ଏହି ଇଚ୍ଛା ଅପୂରଣୀୟ ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଲିଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଏବେ ଶରୀର ପୂର୍ବଭଳି ସମର୍ଥନ କରୁନାହିଁ। ତେଣୁ ତୃତୀୟ ଅଲିମ୍ପିକ୍ସ ପଦକ ହାସଲ ଦୌଡ଼ରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ଲିନ୍‌ ଡାନ୍‌ କହିଛନ୍ତି। ସ୍ତ୍ରୀ ତଥା ପୂର୍ବତନ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ ଜିଏ ଜିଙ୍ଗଫାଙ୍ଗ୍‌ ମଧ୍ୟ ଲିନ୍‌ ଡାନ୍‌ଙ୍କ ଅବସର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଆମେ ସାଧୀ ହୋଇ ୨୦ ବର୍ଷ ଏକାଠି ଚାଲିଆସିଛୁ ଓ ଆଗକୁ ମଧ୍ୟ ସାଥୀ ହୋଇ ଚାଲିବୁ ବୋଲି ସେ ଅନ୍‌ଲାଇନ୍‌ରେ ଲେଖିଛନ୍ତି। ଏହି ଅବସରରେ ଡାନ୍‌ ନିଜ ପରିବାର, କୋଚ୍‌, ସମର୍ଥକ ତଥା ପ୍ରଶଂସକ, ଦୀଳୀୟ ସାଥୀଙ୍କୁ କୃତଜ୍ଞତା ଜଣରାଇଛନ୍ତି। କ୍ୟାରିୟରରେ ଉତ୍ଥାନ ଓ ପତ୍ତନରେ ଏମାନେ ମୋତେ ଦୀର୍ଘବର୍ଷ ଧରି ସମର୍ଥନ କରିଆସିଛନ୍ତି ବୋଲି ଡାନ୍‌ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri