Posted inଖେଳ

ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନଙ୍କ ଅବସର

ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍‌ ଡାନ୍‌ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍‌ ଡାନ୍‌ ୩୬ ବର୍ଷରେ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦୦୮ ବେଜିଂ ଅଲିମ୍ପକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ ନ କରିବା ସ୍ପଷ୍ଟ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ଗ୍ରୀଷ୍ମକୁ ଘୁଞ୍ଚାଇ ଦିଆଯାଇଛି। ଏଥିସହିତ ବିଶ୍ୱ ବ୍ୟାଡମିଣ୍ଟନରେ ଏକ ଯୁଗର ଅବସାନ ହୋଇଛି ଡାନଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆ ତାରକା ଲି ଚୋଙ୍ଗ ଓ୍ବେଇ କହିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ଏହି ଦୁଇ ଖେଳାଳି ବିଶ୍ୱ ବ୍ୟାଡମିଣ୍ଟନରେ ନିଜର ଆଧିପତ୍ୟ ବିସ୍ତାର କରି ଆସୁଥିଲେ। ଦୀର୍ଘ ୨୦ ବର୍ଷର ଉଜ୍ୱଳମୟ କ୍ୟାରିୟରରେ ଡାନ୍‌ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। କ୍ୟାରିୟରର ଆରମ୍ଭରେ ଲିନ୍‌ ଡାନ୍‌ଙ୍କ ବ୍ୟାଡ ବଏ ଇମେଜ୍‌ ଥିଲା।
ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଲିନ୍‌ ଡାନ୍‌ ୫ଥର ବିଶ୍ୱ ଚାମ୍ପିୟନଶିପ୍‌ ମଧ୍ୟ ହାସଲ କରିଥିଲେ ଓ ଦୀର୍ଘ ଦିନ ଧରି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନ ଅଧିକାର କରିଥିଲେ। ସେ ମଧ୍ୟ ୬ଥର ଅଲ୍‌ ଇଂଲଣ୍ଡ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲେ। କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତରେ ତାଙ୍କୁ ସୁପର ଡାନ୍‌ ବୋଲି ସମ୍ବୋଧନ କରାଯାଉଥିଲା। ମାତ୍ର ୨୮ ବର୍ଷ ବୟସରେ ସେ ବିଶ୍ୱ ବ୍ୟାଡମିଣ୍ଟନର ସବୁ ୯ଟି ଯାକ ମେଜର ଟାଇଟଲ ହାସଲ କରି ‘ସୁପର ଗ୍ରାଣ୍ଡସ୍ଲାମ ’ କମ୍ପ୍ଲିଟ୍‌ କରିଥିଲେ।
ତେବେ ବୟସ ବଢିବା ସହିତ ଇଞ୍ଜୁରି ସମସ୍ୟା ତାଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରିଥିଲା। କେତୋଟି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ସେ ବିଦାୟ ନେଇଥିଲେ। ଫଳରେ ସେ ବାଧ୍ୟ ହୋଇ ଅବରସ ନେବା କଥା ଚିନ୍ତା କରିଥିଲେ। ୫ ଫୁଟ୍‌ ୧୦ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ଡାନ୍‌ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଚାହୁଁଥିଲେ ମଧ୍ୟ ର଼୍ୟାଙ୍କିଙ୍ଗ୍‌ରେ ତାଙ୍କର ୧୯ ନମ୍ବରସ୍ଥାନ ଓ କୋଭିଡ୍‌-୧୯ ମହାମାରୀ କାରଣରୁ ଅଲିମ୍ପିକ୍ସ ଘୁଞ୍ଚିବା ତାଙ୍କର ଏହି ଇଚ୍ଛା ଅପୂରଣୀୟ ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଲିଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଏବେ ଶରୀର ପୂର୍ବଭଳି ସମର୍ଥନ କରୁନାହିଁ। ତେଣୁ ତୃତୀୟ ଅଲିମ୍ପିକ୍ସ ପଦକ ହାସଲ ଦୌଡ଼ରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ଲିନ୍‌ ଡାନ୍‌ କହିଛନ୍ତି। ସ୍ତ୍ରୀ ତଥା ପୂର୍ବତନ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ ଜିଏ ଜିଙ୍ଗଫାଙ୍ଗ୍‌ ମଧ୍ୟ ଲିନ୍‌ ଡାନ୍‌ଙ୍କ ଅବସର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଆମେ ସାଧୀ ହୋଇ ୨୦ ବର୍ଷ ଏକାଠି ଚାଲିଆସିଛୁ ଓ ଆଗକୁ ମଧ୍ୟ ସାଥୀ ହୋଇ ଚାଲିବୁ ବୋଲି ସେ ଅନ୍‌ଲାଇନ୍‌ରେ ଲେଖିଛନ୍ତି। ଏହି ଅବସରରେ ଡାନ୍‌ ନିଜ ପରିବାର, କୋଚ୍‌, ସମର୍ଥକ ତଥା ପ୍ରଶଂସକ, ଦୀଳୀୟ ସାଥୀଙ୍କୁ କୃତଜ୍ଞତା ଜଣରାଇଛନ୍ତି। କ୍ୟାରିୟରରେ ଉତ୍ଥାନ ଓ ପତ୍ତନରେ ଏମାନେ ମୋତେ ଦୀର୍ଘବର୍ଷ ଧରି ସମର୍ଥନ କରିଆସିଛନ୍ତି ବୋଲି ଡାନ୍‌ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri