ବନ୍ଦ ଡାକରାରେ ବଡ଼ବିଲ ପ୍ରଭାବିତ

ବଡ଼ବିଲ,୧୫।୭(ସ୍ବ.ପ୍ର.): ପେଟ୍ରୋଲିୟମ୍‌ ତୈଳଦର, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ଗୁରୁବାର ବାମପନ୍ଥୀ ଦଳ ପକ୍ଷରୁ ରାଜ୍ୟବ୍ୟାପି ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦିଆଯାଇଥିବା ଏହି ବନ୍ଦ ଡାକରା ଯୋଗୁ ବଡ଼ବିଲ ଅଞ୍ଚଳ ବେଶ୍‌ ପ୍ରଭାବିତ ହୋଇଛି। ଉକ୍ତ ଅଞ୍ଚଳରେ ଦୋକାନ ବଜାର, ଯାନବାହନ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଥିଲାବେଳେ କାଁଭାଁ ଦୁଇ ଚକିଆଯାନ ଚାଲୁ ରହିଛି। ଅନ୍ୟପଟେ ମଧୁସୂଦନ ଛକଠାରେ ସିପିଆଇଏମ୍‌ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି।